Breaking News

ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାଯ୍ୟକ୍ରମ



ବାଲିଗୁଡ଼ା:---- ଓଡ଼ିଶା ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ   ଅଭିନବ ଉପାୟରେ ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଅଞ୍ଚଳର ସ୍ଥାନୀୟ କଳାକାରଙ୍କୁ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ କୋଟଗଡ଼ ବନାଞ୍ଚଳ ପକ୍ଷରୁ ଏହି ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନାଞ୍ଚଳ ଅଧିକାରୀ ସୁର୍ଯ୍ୟକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଫରେଷ୍ଟର ପ୍ରଭାତ କୁମାର ଦୋରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଫରେଷ୍ଟର ଦେବାଶିଷ ଚୌଧୁରୀ, ଫରେଷ୍ଟ ଗାର୍ଡ ରାହୁଲ ଦିଗଲ,କିରଣବାଳା ସ୍ୱାଇଁ,ବିନୋଦ ସାହୁ,ଯୋଷଦା ବେହେରା,ନିବେଦିତା ଦେବୀ,ଧନେଶ୍ୱର ବେଣିଆ ଓ ଶ୍ରଦ୍ଧାଞ୍ଜଳି ମଲ୍ଲିକଙ୍କ ସମେତ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳବାସୀ ଅନେକ କିଛି ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ଜଙ୍ଗଲ ସୁରକ୍ଷା ପ୍ରତି ଆମେ ମଧ୍ୟ ବନ ବିଭାଗକୁ ସହଯୋଗ କରିବୁ ବୋଲି କହିଛନ୍ତି ଅଞ୍ଚଳବାସୀ । ସେପଟେ ଆଗକୁ ଖରାଦିନ ଆସୁଥିବା ବେଳେ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ନଷ୍ଟ କରୁଛନ୍ତି। ଏଣୁ ଜନସାଧାରଣଙ୍କୁ ନାଚ, ଗୀତ ମାଧ୍ୟମରେ ସଚେତନ କରାଇବାକୁ ଆମର ଏହି ପ୍ରୟାସ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ ସୁର୍ଯ୍ୟକାନ୍ତ ବେହେରା ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ, ୧୭/୨/୨୦୨୩----୯,୨୫ Sakhigopal News,17/2/2023

Blog Archive

Popular Posts