ଆନନ୍ଦପୁର ଗ୍ରାମରେ ଅଷ୍ଟପ୍ରହରୀ ଓ ନାମ ଯଜ୍ଞ ଉଦଯାପିତ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମରେ ୪୦ ବର୍ଷ ହେବ ଅଷ୍ଟପ୍ରହରୀ ଓ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମଦେବୀ ତାରେଣୀ, ତାରାଦେବୀ, ହାଣ୍ଠୁଳାଇ ଓ ରାଧାକୃଷ୍ଣ ଭଗବତ ବାସୁଦେବଙ୍କୁ ଅଷ୍ଟପ୍ରହରୀ କୁଞ୍ଜକୁ ଅଣାଯାଇଥିଲା । ପରେ ପରେ ପୁଣ୍ୟତେୟା ଭାର୍ଗବୀର ଭୃଗଘାଟରେ କଳସ ବୁଡା ଯାଇଥିଲା । ବଳପୁର, ବିଦ୍ୟାଧରପୁର, ସରସ୍ୱତୀପୁର, ପଣ୍ଡାସାହି, ବିଧାରପୁର, ଗୁଆଳିଗୋରଡା, ବାଲିପୋଖରୀ, ଘୁଷୁରିଖାଲ, ବରଦାମାଳ ଓ ବନମାଳୀପୁର ଆଦି ଗ୍ରାମର ନଦିଆ ସଂକୀର୍ତ୍ତନ ଦଳ ନାମ ସଂକୀର୍ତ୍ତନ କରିଥିଲେ । ଠାକୁର ଓ ଠାକୁରାଣୀ ମାନଙ୍କୁ ଚୁଡାଘଷା, ପାଚିଲାକଦଳୀ, ଖଇକେରା, କ୍ଷୀର , ସର ଲବଣୀ, ସହିତ ବିଭିନ୍ନ ଫଳମୂଳ ଓ ପଇଡ, ନଡିଆ ଆଦି ଭୋଗ କରାଯାଇଥିଲା । ନାମଯଜ୍ଞର ଶେଷ ଦିନରେ ନାମସଂକୀର୍ତ୍ତନ କରାଯାଇ ଭାର୍ଗବୀ ନଦୀରେ ଯମୁନା ଗାଧୁଆ ଉତ୍ସବ କରାଯାଇଥିଲା । ପୂଜକ ବୈଷ୍ଣବ ଗଣେଶ ଦାସ, ସୁକାନ୍ତ କୁମାର ପଣ୍ଡା ଓ ନାରାୟଣ ପଣ୍ଡା କାର୍ଯ୍ୟତୁଳାଇଥିବା ବେଳେ ନାମ ସଂକୀର୍ତ୍ତନରେ କର୍ତ୍ତା ଭାବେ ବାସୁଦେବ ସାହୁ ଓ ଦାମେଦର ପଣ୍ଡା ରହିଥିଲେ । ଗ୍ରାମବାସୀଙ୍କ ସହଯୋଗରେ ସଂଧ୍ୟାରେ ସମୂହ ପ୍ରସାଦ ସେବନ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୨/୨୦୨୩----୭,୧୦ Sakhigopal News, 24/2/2023