Breaking News

ସିଲକନରେ ତିଆରି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଐତିହ୍ୟ ଜନ୍ମପୀଠ ମ୍ୟୁଜିୟମରେ ରହିଲା

 
 ସାକ୍ଷୀଗୋପାଳ----- ରାଜ୍ୟ ସରକାର ସତ୍ଯବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମକୁ ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି । ଏହି ଅବସରରେ  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମପୀଠରେ ନୂତନ ଭାବେ ନିର୍ମିତ ମ୍ୟୁଜିୟମ କୁ ସିଲକନ ମାଧ୍ୟମରେ ନିର୍ମିତ ଜୀବନ୍ତ ଭଳି ଦେଖାଯାଉଥିବା ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରବିବାର  ଆସି ସ୍ଥାପନ କରାଯାଇଛି । ଏହି ମୂର୍ତ୍ତିଟି ଗୋଡ଼ ଉପରେ ଗୋଡ଼ ପକାଇ ବସିଥିବା ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି। କୋଲକାତା ସ୍ଥିତ ସୁବି ଇଣ୍ଡିଆ ଦ୍ୱାରା ଏହା ନିର୍ମାଣ  କରାଯାଇଥିବା ଜଣାପଡ଼ିଛି। ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ଯ ଶାସନ ସଚୀବ  ସତ୍ଯ ବ୍ରତ ସାହୁଙ୍କ ନିର୍ଦ୍ଦେଶ ରେ ଏହା ନିର୍ମାଣ କରାଯାଇଛି  । ପ୍ରତିମୂର୍ତ୍ତି ତିଆରି ପାଇଁ ଡିଜାଇନ ବିଭୁତି ଭୂଷଣ ଚାରୁକଳା ମହାବିଦ୍ୟାଳୟ ଅଧ୍ଯକ୍ଷ ଡ ଗଜେନ୍ଦ୍ର କୁମାର ପାଢ଼ୀ, ଖଲ୍ଲିକୋଟ କଳା  ମହାବିଦ୍ୟାଳୟର ଅଧ୍ଯକ୍ଷ ଡ ସୁବ୍ରତ କୁମାର ମଲ୍ଲିକ, ପୂର୍ବତନ ଅଧ୍ଯକ୍ଷ ଡ ଜୟନ୍ତ କୁମାର ଦାସ ଓ ଲଳିତ କଳା ଏକାଡେମୀ ର ପୂର୍ବତନ ଅଧ୍ଯକ୍ଷ ଡ ଗଜେନ୍ଦ୍ର ପ୍ରସାଦ ସାହୁ ଙ୍କ ତତ୍ୱାବଧାନରେ ଏହି ପ୍ରତିମୂର୍ତ୍ତି କରାଯାଇଛି  । କୁଇନର ଭାସ୍କର୍ଯ୍ୟ ଶିଳ୍ପୀ ସୁବିମଳ ଦାସ ପ୍ରତିମୂର୍ତ୍ତି ନିଜ ହାତରେ ଗଢିଛନ୍ତି  । ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ କୁ ଐତିହ୍ଯ ଗ୍ରାମ ଭାବେ   ଗଢି ତୋଳିବା ପାଇଁ   ମୁଖ୍ଯମନ୍ତ୍ରୀ ଙ୍କ ଇଛ୍ଛା ସଫଳ ହେବାକୁ ଯାଉଛି  । ଆସନ୍ତା ୨୩ ତାରିଖରେ ସୁଆଣ୍ଡୋ ପ୍ରକଳ୍ପ କୁ ମୁଖମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯକ୍ରମ ରହିଛି  । ଉତ୍କଳମଣି ଗୋପବନ୍ଧୁ ମେମୋରିଆଲ ଟ୍ରଷ୍ଟ ବୋର୍ଡ ସଦସ୍ଯ ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ,    ଓଡ଼ିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ଇଂ ସୁନ୍ଦର ମାଧବ ପାଢ଼ୀ ଓ ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକ ଇଂ ପ୍ରମୋଦ କୁମାର ନାୟକ ପ୍ରମୁଖ ଉପସ୍ଥିତି ରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା  ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୨/୨୦୨୩----୮,୧୦ Sakhigopal News,12/2/2023

Blog Archive

Popular Posts