ଭାତପେଜରେ ପଡି ମାପୁଅ ଗୁରୁତର
ଭଞ୍ଜନଗର-- ବେଲଗୁଣ୍ଠI ଥାନା ଅନ୍ତର୍ଗତ ଢିମିରିପଲ୍ଲୀ ଗ୍ରାମ ରବି ନାଇକଙ୍କ ସ୍ବୀ ମମତା ନାଇକ ପୁଅ ଜୀବନ ନାଇକ ଭାତ ପେଜରେ ପଡି ଗୁରୁତର ହୋଇଛନ୍ତି । ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରିଥିଲେ ।ମମତା ଓ ପୁଅ ଜୀବନର ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଖବର ନେବାରେ ରବିବାର ସକାଳୁ ଭାତ ପେଜ ଗାଳୁଥିବା ସମୟରେ ଅସାବଧାନତା ଯୋଗୁଁ ଭାତ ହାଣ୍ଡିଟି ହାତରୁ ଖସି ପଡିବା ଫଳରେ ପାଖରେ ବସିଥିବା ୨ ବର୍ଷର ପୁଅ ଜୀବନ ଓ ମା ମମତା ଉପରେ ପଡି ଯିବାରୁ ଉଭୟ ଗୁରୁତର ହେଇପଡିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୨/୨୦୨୩----୯,୪୫ Sakhigopal News,27/2/2023