Breaking News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଘରହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ


ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଖୁଣ୍ଟୁଲିପାଲି ଠାରେ ପ୍ରଥମ ପର୍ଯ୍ୟାୟ ଘରହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସୁଶ୍ରୀ ସାନ୍ତ୍ଵନା ପୁରୋହିତ ଯୋଗ ଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶଙ୍କର୍ଷଣ ମିଶ୍ର ଉପସ୍ଥିତ ରହିଥିଲେ । ଶ୍ରୀ ନିରଞ୍ଜନ ପରଡ଼ିଆ ପରିଚୟ ପ୍ରଦାନ କରିଥିଲେ । ଶିଶୁ ବାଟିକା ବିଭାଗର କୁନି କୁନି ଭାଇ,ଭଉଣୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ପଦ୍ମିନୀ ଭୁଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ସୋପାନ ଗୀତ ପରିବେଷଣ କରିଥିଲେ । ଶେଷରେ ଶ୍ରୀ ସୁଜିତ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶିଶୁ ବାଟିକା ବିଭାଗର ଗୁରୁଜୀ ଶ୍ରୀ ଯୋଗେଶ ଚନ୍ଦ୍ର ପାଢୀ ,ପ୍ରାଥମିକ ବିଭାଗର ଶ୍ରୀମତୀ ତରଙ୍ଗିଣୀ ସାହୁ,ଶ୍ରୀ ସୁବ୍ରତ କୁମାର ଶତପଥୀ,ସୁଶ୍ରୀ ସେବତୀ ଭୁଏ,ସୁଶ୍ରୀ ମଧୁସ୍ମିତା ଆଚାର୍ଯ୍ୟ ସମେତ ସମସ୍ତ ଗୁରୁଜୀ , ଗୁରୁମା ଓ ସେବକ, ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୫/୨/୨୦୨୩----୯,୨୦ Sakhigopal News,25/2/2023

Blog Archive

Popular Posts