ଆମ ପୋଲିସ ସମିତି ପକ୍ଷରୁ ସେଛାକୁତ ରକ୍ତଦାନ ଶିବିର
ଭଞ୍ଜନଗର- ଆମ ପୋଲିସ ସମିତି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଭଞ୍ଜନଗର ଥାନା ପରିସରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୧୩ ୟୁନିଟ ରକ୍ତ ସଂଗୃହିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଧିରେଶ କୁମାର ଦାସ,ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ମେଡିକାଲ ଅଧିକ୍ଷକ ଶିତାଶୁଂ ଶେଖର ଶତପଥୀ ସମେତ ବିଭିନ୍ନ ଅନୁଷ୍ଠାନର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ଗଞ୍ଜାମ ଏସପି ଶ୍ରୀ ମୀନା ରକ୍ତଦାନ କରିଥିବା ବେଳେ ଭଞ୍ଜନଗର ବ୍ଲକର ବିଭିନ୍ନ ପଞ୍ଚାୟତର ଯୁବକ ସଂଘ, ଭଞ୍ଜନଗର ଅଟୋ ଆସୋସିଏସନ,ଘରୋଇ ବସ ଚାଳକ ସଂଘ,ମୋଟର ଚାଳକ ସଂଘ, ପୁଲିସ କର୍ମଚାରୀ ଏହି ଶିବିରରେ ସେଛାକୁତ ଭାବେ ରକ୍ତଦାନ କରିଥିଲେ । ଏଥିରେ ଆମ ପୋଲିସ ସମିତିର କୃତ୍ତିବାସ ବିଶ୍ୱାଳ, ଅନୁପମ ବାନାର୍ଜୀ,ଜଗବନ୍ଧୁ ଜେନା,ଜଗଦୀଶ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବିପଦର ବନ୍ଧୁ ଓ ଭଞ୍ଜନଗର ରକ୍ତ ଭଣ୍ଡାରର ସମସ୍ତ ସଦସ୍ୟ ସହଯୋଗ କରିଥିଲ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୨/୨୦୨୩-----୧୦,୫୫ Sakhigopal News,20/2/2023