Breaking News

ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ


 
ଭଞ୍ଜନଗର-----  ଭଞ୍ଜନଗର  ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ସରକାରୀ  ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ନାହାକ I ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସ୍ୱପ୍ନେଶ୍ୱରୀ ଦିଗାଲ୍ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରେ ପୂର୍ବରୁ କରାଯାଇଥିବା ସମସ୍ତ କ୍ରୀଡା ଓ ଅନ୍ୟାନ୍ୟ ଶୈକ୍ଷିକ ପ୍ରତିଯୋଗିତା ମlନ କରାଯାଇଥିଲା I ବ୍ୟସ୍ତ ବହୁଳ କାର୍ଯ୍ୟ ସୂଚୀ ମଧ୍ୟରେ ଥାଇ ସୁଦ୍ଧା ପ୍ରଧାନ ଶିକ୍ଷକ ଶ୍ରୀ ନାହାକଙ୍କ ଦୃଢ ମନୋବୃତ୍ତି ଯୋଗୁଁ ଏହା କେବଳ ସମ୍ଭବ ହୋଇପାରିଛି I ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀମତୀ ସୁନିତା ଦାସ l
 ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ସହ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ l ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ଶଙ୍କର ପ୍ରସାଦ ପଟନାୟକ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ  ଓ ଶ୍ୟାମ ପ୍ରସାଦ ମିଶ୍ର ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ସକ୍ରିୟ ସହଯୋଗ କରିଥିଲେ I ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨୮/୨/୨୦୨୩---୯,୪୫ Sakhigopal News,28/2/2023

Blog Archive

Popular Posts