କେତେ ସୁରକ୍ଷିତ ଗଣମାଧ୍ୟମ ଏକ ଆଲୋଚନା ଚକ୍ର ଅନୁଷ୍ଠିତ
ବରଗଡ : ଭାରତୀୟ ଇଂରାଜୀ ଦୈନିକ ଖବର କାଗଜ "ଦ ପାଓନିୟର" ର ଜିଲ୍ଲା ପ୍ରତିନିଧି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ କେତେ ସୁରକ୍ଷିତ ଗଣମାଧ୍ୟମ ଉପରେ ଏକ ଆଲୋଚନା ଚକ୍ର ବରଗଡ ଗାନ୍ଧୀ ଭବନ ଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ଲୋକସଭା ସଂସଦ ସୁରେଶ ପୂଜାରୀ, ମୁଖ୍ୟ ବକ୍ତା ଭାବେ ବିରମହାରାଜପୁର ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡ.ହିମାଂଶୁ ଶେଖର ପାଢୀ, ସମ୍ମାନୀତ ଅତିଥି ଭାବେ ବରଗଡ ମୁନସିପାଲଟିର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ସିଂ ଏବଂ ନିପନ ଦାଶ ପ୍ରମୁଖ ଯୋଗଦେଇ କେତେ ସୁରକ୍ଷିତ ଗଣମାଧ୍ୟମ ଉପରେ ଆଲୋକପାତ କରିଥିଲେ । ସୁଶ୍ରୀ ସୌଭାଗ୍ୟ ଲକ୍ଷ୍ମୀ ଦାଶ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ, ୧୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତାଙ୍କୁ ନାରଦ ସମ୍ମାନ, ଡ.ସତ୍ୟକେତନ ମହାନ୍ତୀଙ୍କୁ ସଂସ୍କୃତି କଳା ଗୌରବ ସମ୍ମାନ, କଳାକାର ରବିନ୍ଦ୍ର କୁମାର ସାହୁଙ୍କୁ କଳାରତ୍ନ ସମ୍ମାନ, ଭାଗବତିଆ ମେହେରଙ୍କୁ କଳା ଗୌରବ ସମ୍ମାନ, ସୁଶାନ୍ତ କୁମାର ପଣ୍ଡାଙ୍କୁ ସମାଜ ଗୌରବ ସମ୍ମାନ, ଅର୍ପିତା ପଣ୍ଡାଙ୍କୁ ସେବା ବିଭୂତି ସମ୍ମାନ, ଝରଣା ପାଣିଗ୍ରାହୀଙ୍କୁ ସେବାଶ୍ରୀ ସମ୍ମାନ, ଶେଷଦେବ ଦାସଙ୍କୁ ସେବାରତ୍ନ ସମ୍ମାନ, ବରିଷ୍ଠ ସାମ୍ବାଦିକ ପ୍ରେମାନନ୍ଦ ଖମାରୀ, କିଶନଲାଲ ଅଗ୍ରଓ୍ବାଲ, ବିଭୁରଞ୍ଜନ ତରାସିଆ ଙ୍କୁ ସମ୍ବାଦ ଗୌରବ ସମ୍ମାନ, କାହ୍ନୁ ଚରଣ ମାଝୀଙ୍କୁ ସେବା ସମ୍ମାନ, ଭୋଦେବ ମେହେରଙ୍କୁ କଳାରତ୍ନ ସମ୍ମାନ, ବିଜୟ କୁମାର ଅଗ୍ରଓ୍ବା୍ଲଙ୍କୁ ସାମାଜିକ ସେବା ସମ୍ମାନ, ସନ୍ତୋଷ କୁମାର ପଧାନଙ୍କୁ କ୍ରୀଡାବିତ୍ ସମ୍ମାନ, ରବିନ୍ଦ୍ର ପୂଜାରୀଙ୍କୁ କଳା ପ୍ରତିଭା ସମ୍ମାନ, ସୁମନ୍ତ ଆଚାର୍ଯ୍ୟଙ୍କୁ ଶିକ୍ଷାଦର୍ପଣ ସମ୍ମାନ, କୈଲାସ ଚନ୍ଦ୍ର ପଣ୍ଡାଙ୍କୁ ବ୍ୟଙ୍ଗବନ୍ଧୁ ସମ୍ମାନ, ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀଙ୍କୁ ଜ୍ୟୋତିଷରତ୍ନ ସମ୍ମାନ, ରଞ୍ଜନ କୁମାର ପଣ୍ଡାଙ୍କୁ ସେବା ଗୌରବ ସମ୍ମାନ, ପରମାନନ୍ଦ ମିଶ୍ରଙ୍କୁ ସେବା ସମ୍ମାନ, ଉଦ୍ଧବ ପଣ୍ଡାଙ୍କୁ ସାମ୍ବାଦିକ ସୌରଭ ସମ୍ମାନ, ସୁରେନ୍ଦ୍ର ମେହେର ଓ ଶ୍ରୀକୁମାର ମହନ୍ତଙ୍କୁ ସାମ୍ବାଦିକତା କ୍ଷେତ୍ରରେ ସମ୍ମାନ, ନିଷ୍ଠା ପରିବାର, ସଂକଳ୍ପ ପରିବାର, ଜନ କଲ୍ୟାଣ ସେବା ସଂସ୍ଥାଙ୍କୁ ସେବାଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶେଷରେ ଆଶୁତୋଷ ରଥଙ୍କ ରଚନା ଓ ନିର୍ଦ୍ଦେଶନାରେ ନାଟକ ପ୍ରାୟଶ୍ଚିତ ମଞ୍ଚସ୍ଥ କରାଯାଇଥିଲା । ଶେଷରେ ସୁମନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୨/୨୦୨୩---୮,୪୫ Sakhigopal News,19/2/2023