ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟ ଉନ୍ନତି ହୋଇପାରିବ
ଡେଲାଙ୍ଗ ----ପିତାମାତା ,ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷା ପ୍ରଶାସନ ମଧ୍ୟରେ ପାରସ୍ପରିକ ସହଯୋଗ, ସମନ୍ୱୟ ରଖି କାର୍ଯ୍ୟ କରିବା ସହ ପ୍ରାରମ୍ଭରୁ କୋମଳମତି ପିଲାମାନଙ୍କୁ ଠିକ୍ ମାର୍ଗରେ ଗଢି ତୋଳିବାକୁ ସମସ୍ତଙ୍କର ଆନ୍ତରିକତା ରହିଲେ ବିଦ୍ୟାଳୟ ହସି ଉଠିବ ବୋଲି ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି ଯୋଗଦେଇ କହିଛନ୍ତି। ପରିଚାଳନା କମିଟି ଓ ବିଦ୍ୟାଳର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ଦେବୀ ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ସହ ସମ୍ମାନିତ ଅତିଥି ଭାବେ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ଡେଲାଙ୍ଗ କୋଠଵାଡ ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଦୀପକ କୁମାର ସାହୁ ଯୋଗ ଦେଇ ବିଦ୍ୟାଳୟ ହଁ ପିଲାମାନଙ୍କୁ ସୁମଣିଷକରି ଗଢି ତୋଳିବାର ପ୍ରକୃଷ୍ଟ ମାଧ୍ୟମ ବୋଲି କହି ତଦନୁଯାୟୀ ଶିକ୍ଷକମାନେ କାର୍ଯ୍ୟ କରିବା ବାଞ୍ଛନୀୟ ବୋଲି ମତପୋଷଣ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ୍ ଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ,ସୁସାହିତ୍ୟକ ସନ୍ତୋଷ କୁମାର ମହାନ୍ତି ଯୋଗଦେଇ ଫକିର ମୋହନ ସେନାପତିଙ୍କ ନିତି ଗଳ୍ପ ଅବତାରଣା କରି ପିଲାମାନଙ୍କୁ ଏବେଠୁ ସୁମଣିଷ ଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଅଭୟ ଚରଣ ସାହୁ ମଞ୍ଚ ପରିଚାଳନା ଅତିଥିମାନଙ୍କୁ ସ୍ବାଗତ ଓ ପରିଚୟ ପ୍ରଦାନ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।ଏହି ଅବସରରେ ଭଦ୍ରକ ଜିଲ୍ଲାରୁ ଆସି ଦୀର୍ଘ ୧୧ ବର୍ଷ ଧରି ନିଷ୍ଠାପର ଭାବେ କାର୍ଯ୍ୟକରି ନିକଟରେ ବଦଳି ହୋଇ ଯାଇଥିବା ଶିକ୍ଷୟିତ୍ରୀ ମାନିନୀ ଦାସଙ୍କୁ ବାର୍ଷିକ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟ ତରଫରୁ ମାନପତ୍ର, ଉପଢୌକନ, ଉତ୍ତରୀୟ ପ୍ରଦାନ ପୂର୍ବକ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷର ଉତ୍ତମ ଶିକ୍ଷୟିତ୍ରୀ ଭାବେ ପାପ୍ଲୀନ୍ ପ୍ରଧାନ ଓ ବିଦ୍ୟାଳୟର ନୂତନ ଶିକ୍ଷୟିତ୍ରୀ ସତ୍ୟଭାମା ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ସହ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା। ଏହି ବିଦ୍ୟାଳୟର ଦିବମ୍ ଗତ ଶିକ୍ଷକ ମାଗୁଣି ବେହେରା,ଯୁଗଳ ଚରଣ ସାମନ୍ତରାୟ, ଲକ୍ଷ୍ମୀଧର ଦାସ,ଗଣେଶ ଭୁଜବଳ, ଦ୍ରୌପଦୀ ମହାପାତ୍ର, ସମାଜ ସେବୀ ମାଗୁଣି ଚରଣ ସାହୁ ,ଛାତ୍ର ଓ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ସ୍ବର୍ଗତ ନଟବର ସାମନ୍ତରାୟ, ବିଚିତ୍ରାନନ୍ଦ ସିଂହ, ପୂର୍ଣ୍ଣଚନ୍ଦ୍ର ପ୍ରହରାଜଙ୍କ ସହ ଆରପାରିକୁ ଯାଇଥିବା ସବୁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବଦାନ୍ୟ ବ୍ୟକ୍ତି ଓ ଛାତ୍ର ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ଏହି ବିଦ୍ୟାଳୟର ଶିକ୍ଷକ ଦିବାକର ବିଶ୍ବାଳଙ୍କ ନିରାମୟ ଜୀବନ କାମନା କରାଯାଇଥିଲା । ପରିଚାଳନା କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ସେଠୀ, ଶିକ୍ଷକ ଟିକେଇ ଦଳାଇ , ନାରାୟଣ ବରାଳ,ସୋମନାଥ ବେହେରା, ମାନସ ରଞ୍ଜନ ସ୍ବାଇଁ, ଶିକ୍ଷୟିତ୍ରୀ ପ୍ରିୟତମା ସାହୁ, ସଭ୍ୟ ଦିଲିପ କୁମାର ସାମନ୍ତରାୟ, ଜିତେନ୍ଦ୍ର କୁମାର ସେଠୀ, ସ୍ବପ୍ନା ସିଂଙ୍କ ସହ ଅନ୍ୟ ସଭ୍ୟମାନଙ୍କ ସକ୍ରିୟ ସହଯୋଗରେ ଚାଲିଥିବା ଶୃଙ୍ଖଳିତ କାର୍ଯ୍ୟକ୍ରମ ଦେଖି ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଡେଲାଙ୍ଗ ବ୍ଲକ୍ ର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ସର୍ବ ପୁରାତନ ଗରିମାମୟ ବିଦ୍ୟାଳୟର ଗତବର୍ଷ ୨୦୨୧/୨୨ ଶିକ୍ଷାବର୍ଷର ଏନ୍ ଏମ୍ ଏମ୍ ଏସ୍ ମେଧାବୃତ୍ତି ଛାତ୍ରୀ ପ୍ରଜ୍ଞା ପ୍ରଣମିତା ବେହେରା ଓ ଧାରାବାହିକ ଭାବରେ ବିଭିନ୍ନ ବୃତ୍ତି, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଏବଂ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଦ୍ୟାଳୟ ପାଇଁ ଗୋୖରବ ଆଣିଥିବା ପ୍ରାକ୍ତନ ମେଧାବୀ ଛାତ୍ର ଅମ୍ଳାନ ଜ୍ୟୋତି ମହାପାତ୍ରଙ୍କୁ ଇତ୍ୟବସରରେ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଚଳିତ ବର୍ଷର ଆଦର୍ଶ ଛାତ୍ରୀ ଦିପ୍ତିମୟୀ ବେହେରା, ସିନିଅର ଚମ୍ପିୟାନ ଛାତ୍ରୀ ଶୁଭ ଲକ୍ଷ୍ମୀ ବେହେରା, ଜୁନିୟର ଚମ୍ପିୟାନ ଛାତ୍ରୀ ସିମରନ୍ ଆସୀନ୍ , ସ୍ବୟଂ ଶ୍ରୀୟା ପ୍ରିୟଦର୍ଶିନୀ, ପ୍ରୀତିଶ ସେଠୀ ସହ ବିଭିନ୍ନ ପ୍ରତିଯୋଗିତାର ମୋଟ୮୫ଜଣ କୃତି ଛାତ୍ର ଛାତ୍ରୀଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା। ପିଲାମାନଙ୍କ ଆକର୍ଷଣୀୟ ନୃତ୍ୟରେ ମୁଗ୍ଧ ହୋଇ କବିଶିକ୍ଷୟିତ୍ରୀ ସରୋଜିନୀ ଜେନା,ପ୍ରାକ୍ତନ ପିଇଓ ଅନିରୁଦ୍ଧ ସ୍ବାଇଁ,ନାଏବ ସରପଞ୍ଚ ଅନନ୍ତ ସ୍ବାଇଁ ପିଲାମାନଙ୍କୁ ପୁରସ୍କୃତ କରିଥିଲେ। ସିଆରସିସି ଲୋକନାଥ ପ୍ରଧାନ, ସମାଜସେବୀ ନବଘନ ପ୍ରଧାନ, ଅଭିମନ୍ୟୁ ରାଉତ ଓ ଅନ୍ୟମାନେ ଉତ୍ସବରେ ଉପସ୍ଥିତ ଥିଲେ। ସରପଞ୍ଚଙ୍କ ସହ ଅନ୍ୟ ଅତିଥି ମାନେ କାର୍ଯ୍ୟକ୍ରମରେ ଖୁସି ହୋଇ ବିଦ୍ୟାଳୟକୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।ବିଦ୍ୟାଳୟର ପ୍ରାକ୍ତନ ସଭାପତି ଅଶୋକ କୁମାର ମହାପାତ୍ର, ପ୍ରମୋଦ କୁମାର ସାମନ୍ତରାୟଙ୍କ ସହ ଗୀତା ରାଣୀ ନାୟକ,ସାବି ବେହେରା,ଶରତ ରାୟ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୨/୨୦୨୩-----୯,୪୫ Sakhigopal News,27/2/2023
ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟ ଉନ୍ନତି ହୋଇପାରିବ
Reviewed by sakhigopal news
on
07:23
Rating: 5
