ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରତ୍ରୁଟି ଅଭିଯୋଗ; ମହିଳା ଗୁରୁତର ,ଡାକ୍ତରଙ୍କ ବିରୋଧରେ କାର୍ଯ୍ୟଅନୁଷ୍ଠାନ ଦାବି
ନୟାଗଡ, :ପରିବାର ନିୟନ୍ତ୍ରଣ ଯୋଜନାରେ ଅସ୍ତ୍ରୋପଚାର ପରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଗାଁ ର ଜନୈକ ମହିଳା ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ।ଡାକ୍ତର ଙ୍କ ଭୁଲ ପାଇଁ ତରବାଲୋ ଗାଁ ର ରଶ୍ମିତା ବାରିକ(୩୭)ଏବେ ବଞ୍ଚିବାର ରାହା ଖୋଜୁଛନ୍ତି।ଶଯ୍ୟାଶାୟୀ ଅବସ୍ଥାରେ ରଶ୍ମିତା ସୋମବାର ଭାପୁର ବ୍ଲକ ଯୁଗ୍ମଜଣ ଶୁଣାଣି ଶିବିର ରେ ପହଞ୍ଚି ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଙ୍କୁ ନିଜର ଦୁଃଖ ଜଣାଇଛନ୍ତି।ଗରିବ ଶ୍ରେଣୀ ର ସମ୍ପୃକ୍ତ ମହିଳାଙ୍କୁ ରାଜ୍ୟ ସରକାର ସ୍ବତନ୍ତ୍ର ଚିକିତ୍ସା ଯୋଗାଇଦେବାକୁ ଜିଲ୍ଲାପାଳ ଙ୍କ ନିକଟରେ ରଶ୍ମିତା ଲିଖିତ ଦାବି କରିଛନ୍ତି।ତ୍ରୁଟି ପୂର୍ଣ୍ଣ ଚିକିତ୍ସା କରିଥିବା ଡାକ୍ତରଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟଅନୁଷ୍ଠାନ ଗ୍ରହଣ ଲାଗି ରଶ୍ମିତା ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି।ଅଭିଯୋଗ ରୁ ଜଣାପଡ଼ିଛି ଯେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ତରବାଲୋ ଗାଁ ର ଦିନ ମଜୁରିଆ ବସନ୍ତ ବାରିକଙ୍କ ପତ୍ନୀ ଦୁଇ ସନ୍ତାନ ଜନନୀ ରଶ୍ମିତା ପରିବାର ନିୟନ୍ତ୍ରଣ ଯୋଜନା ରେ ଅସ୍ତ୍ରୋପଚାର କରିଥିଲେ। ମାତ୍ର ତୃଟିପୂର୍ଣ ଅସ୍ତ୍ରୋପଚାର କାରଣ ରୁ ରଶ୍ମିତା ଗୁରୁତର ଅସୁସ୍ଥଅବସ୍ଥାରେ ରେ ପଡିରହିଛନ୍ତି।୨୦୨୨ ଡିସେମ୍ବର ୦୨ ରେ ଭାପୁର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗପକ୍ଷରୁ ଆୟୋଜିତ ପରିବାର ନିୟନ୍ତ୍ରଣ କ୍ୟାମ୍ପ ରେ ରଶ୍ମିତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା।ସେଥିରେ ଡାକ୍ତର ଭୁଲବଶତଃ ରଶ୍ମିତାଙ୍କ ମଳ ନଳୀ କାଟିଦେଇଥିବା ଜଣାପଡିଛି।ଫଳରେ ସମ୍ପୃକ୍ତ ମହିଳା ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥ ରଶ୍ମିତାଙ୍କୁ ଡିସେମ୍ବର ୫ ରେ ଭାପୁର ପରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନା ଓ ସେଠାରୁ ଭୁବନେଶ୍ୱର ଏମସି ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଏକାଧିକ ବାର ଅସ୍ତ୍ରୋପଚାର ପରେ ମଧ୍ୟ ରଶ୍ମିତା ଅଦ୍ୟାବଧି ସୁସ୍ଥ ହୋଇନଥିବା କହିଛନ୍ତି।
ପୂର୍ବରୁ ସୁସ୍ଥ ଥିବା ରଶ୍ମିତା ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ରୁଗୁଣ ହୋଇପଡିଛନ୍ତି।ଅସ୍ତ୍ରୋପଚାର କରିଥିବା ଡାକ୍ତର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ଲାଗି ସେ ଦାବି କରିଛନ୍ତି।ଗରିବ ଶ୍ରେଣୀ ର ଉକ୍ତ ପରିବାର ଏବେ ଦୁଃଖଦୁ ରଦିନରେକାଳତିପାତ କରୁଥିବା ବେଳେ ରାଜ୍ୟ ସରକାର ସ୍ଵତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା କୁ ଜିଲ୍ଲାପାଳ ଙ୍କ ଜନଶୁଣନି ଶିବିର ରେ ରଶ୍ମିତା ଆପତି କରିଛନ୍ତି ଜିଲ୍ଲାପାଳଙ୍କୁ । ଜିଲ୍ଲାପାଳ ଶ୍ରୀ ସାହୁ ପିଡୀତାଙ୍କ ଅଭିଯୋଗ ଉପରେ ବିହିତ ପଦକ୍ଷେପ ଗ୍ରହଣକରାଯିବ ବୋଲି ଗଣମଧ୍ୟମ ଆଗରେ ପ୍ରକାଶକରିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୭/୨/୨୦୨୩----୮,୪୫ Sakhigopal News,17/2/2023