Breaking News

କନ୍ଧମାଳ ଗସ୍ତ ରେ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା


କନ୍ଧମାଳ----   ବାଲିଗୁଡା ଥାନା ଡାକା ରେ ନୂତନ ଭାବେ ଅବସ୍ଥାପିତ crpf 127 ବାଟାଲିୟନ ର ସି କମ୍ପାନୀ ପରିଦର୍ଶନ କଲେ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା l ଗୁଇନ୍ଦା ନିର୍ଦେଶକ ଙ୍କ ସହ ଗସ୍ତ ରେ ଅଛନ୍ତି ଏଡିଜି ଅପେରସନ ଅମିତାଭ ଠାକୁର, Dig siw ଅନିରୁଦ୍ଧ ସିଂ l ବାଲିଗୁଡା ର crpf 127 ବାଟାଲିୟନ ସି କମ୍ପାନୀ ରେ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର, କମାଣ୍ଡେଣ୍ଟ ଆନନ୍ଦ ଝା ଓ ଯବାନ ଙ୍କ ସହ ମାଓ ଦମନ ନେଇ  ସମୀକ୍ଷା କରିଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଓ ଗସ୍ତ ରେ ଥିବା ବରିଷ୍ଠ ପୋଲିସ ଅଧିକାରୀ  ମାନେ l କନ୍ଧମାଳ ଜିଲ୍ଲା ରେ ମାଓବାଦୀ ଙ୍କ ଗତିବିଧି ଓ ସ୍ଥିତି ର ମଧ୍ୟ ସମୀକ୍ଷା କରିଛନ୍ତି ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ l ଡାକା ଠାରେ ନୂତନ ଅବସ୍ଥାପିତ 127 crpf କ୍ୟାମ୍ପ ର "ସି" କମ୍ପାନୀ କ୍ୟାମ୍ପ ର ସମସ୍ତ crpf ଯବାନ ଙ୍କ ମନବଳ ବୃଦ୍ଧି କରିବା ସହ ଯବାନ ଙ୍କୁ ଉତ୍ସାହିତ କରିଛନ୍ତି ଗସ୍ତ ରେ ଥିବା ପୋଲିସ ଅଧିକାରୀ l ଡାକା ସି କମ୍ପାନୀ ଗସ୍ତ ପରେ କଳାହାଣ୍ଡି ଜିଲ୍ଲା ଲୁବେନଗଡ଼ ରେ ନୂତନ ଭାବେ ଅବସ୍ଥାପିତ crpf କ୍ୟାମ୍ପ ଓ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ର ବେଲଘର ଥାନା ଭଣ୍ଡରଙ୍ଗୀ ରେ ମଧ୍ୟ ନୂତନ ଭାବେ ଅବସ୍ଥାପିତ crpf କ୍ୟାମ୍ପ ପରିଦର୍ଶନ ଓ ସମୀକ୍ଷା କରିବେ ପୋଲିସ ର ବରିଷ୍ଠ ଅଧିକାରୀ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୩/୨/୨୦୨୩----୯,୫୫ Sakhigopal News,23/2/2023

Blog Archive

Popular Posts