Breaking News

କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଏକ ବିକ୍ଷୋଭ ପ୍ରତିବାଦ ସଭା


 ଭଞ୍ଜନଗର---  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡିପୁର ଗ୍ରାମପଞ୍ଚାୟତ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଏକ ବିକ୍ଷୋଭ  ସହିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ, ସଂଗଠନ ଶ୍ରୀ ଚକ୍ରଧର ପାଣିଗ୍ରାହୀ ଓ ବି.ଡିପୁର ଗ୍ରାମପଂଚାୟତ ଯୁବ ସଭାପତି ତଥା ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ ଙ୍କ ନେତୃତ୍ୱ ରେ  ଶତାଧିକ ପୁରୁଷ ଓ ମହିଳା ମାନେ  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ବିଜେପି ସରକାର ୫କେଜି ଚାଉଳ ହାସ୍ର କରିବା , ବଜେଟରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟି ଟଙ୍କା ହାସ୍ର କରିବା ,ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନ କରିବା ଓ କେନ୍ଦ୍ର ସରକାରଙ୍କ ଚାଷୀ ମାରଣା ନୀତି ବିରୋଧରେ ବି.ଡି.ପୁର ଗ୍ରାମପଂଚାୟତ ସମ୍ମୁଖରେ ଶତାଧିକ ପୁରୁଷ ଓ ମହିଳା ମାନେ ଧାରଣା ରେ ବସି ବିକ୍ଷୋଭ ପ୍ରତିବାଦ ସଭା କରିଥିଲେ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି  ଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ପ୍ରସାଦ ବ୍ଲକ ବି.ଡି.ଓ ଙ୍କ ଜରିଆରେ ବି.ଡି.ପୁର ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନାଏବ ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଖଦାଳ ସ୍ୱାଇଁ,ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ପ୍ରଭାତ କୁମାର ବାରିକ,କୃଷ୍ଣ ଚନ୍ଦ୍ର ସେଠି, ରଂଜିତ ପାଣିଗ୍ରାହୀ, ରବିନ୍ଦ୍ର ତ୍ରିପାଠୀ, ସୁରେନ୍ଦ୍ର ସ୍ୱାଇଁ, ରିଣ୍ଟୁ ନାଇକ, ମଣ୍ଟୁ ମଣ୍ଡଳ ସାହୁ, ପରକ୍ଷିତ ପାଢ଼ୀ ପ୍ରଭାତ କୁମାର ପଣ୍ଡା, ଟୁକୁନା ପ୍ରଧାନ, ବିଜୟୀ ପ୍ରଧାନ, ଭଗବାନ ଗୌଡ଼,କୃଷ୍ଣ ଚନ୍ଦ୍ର ସ୍ୱାଇଁ ,  ସନ୍ତୋଷ ବାରିକ,ବିଦେଶୀ ଖଟେଇ,ମଧୁସୁଧନ କର ପ୍ରମୁଖ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପରିଶେଷରେ  କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ନିଜର ବକ୍ତବ୍ୟ କହିଛନ୍ତି ଯଦି କେନ୍ଦ୍ର ସରକାର ଆମର ଦାବିକୁ ଖୁବ୍ କମ ଦିନ ଭିତରେ ପୂରଣ ନ କରନ୍ତି ତାହାଲେ ପୁଣିଥରେ ବିଜୁ ଜନତା ଦଳ ସାରା ରାଜ୍ୟ ରେ ରାଜ ରାସ୍ତା କୁ ଓଲ୍ଲାଇଵା ସଙ୍ଗେ ସଙ୍ଗେ ବ୍ୟାପକ ରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହେବ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୨/୨୦୨୩----୯,୪୫ Sakhigopal News,15/2/2023

Blog Archive

Popular Posts