Breaking News

ବ୍ଳକ ସ୍ତରୀୟ ପରାମର୍ଶ ଶିବିର ; ୩ଶହ ଯୁବକ ଯୁବତୀ ଯୋଗଦେଲେ



ସାକ୍ଷୀଗୋପାଳ----  ବ୍ଳକ ସ୍ତରୀୟ ପରମର୍ଶ ଶିବିର  ସତ୍ୟବାଦୀ ପଞ୍ଚାୟତସମିତି ସଦଭାବନା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବ୍ଳକ ବିଡିଓ ଲୋଚନ ଦାସ, ଏବିଡିଓ ଅରକ୍ଷିତ ପ୍ରଧାନ , ଜିଲ୍ଲା ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଙ୍କ ସହିତ ପୁରୀ ଆଇଟିଆଇ ରଏଟିଓ ସନାତନ ସାହୁ ପ୍ରମୁଖ ଯୋଗ ଦେଇ ଶିବିରଟିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓଡିଶା ଦକ୍ଷତା ବିକାଶ ପାଧିକରଣଙ୍କ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟଙ୍କପୁରୀଙ୍କ ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରର ମୁଖ୍ୟ ଉଦ୍ଦ୍ୟେଶ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଗ୍ରାମଞ୍ଚଳର ଯୁବକ ଯୁବତୀମାନଙ୍କୁ ସ୍ୱଳ୍ପ ଅବଧି ଓ ଦୀର୍ଘ ଅବଧି ତାଲିମ ମାଧ୍ୟମରେ ରୋଜଗାର କ୍ଷମ କରିବା ଏହି ଶିବିରର ମୁଖ୍ୟ ଉଦ୍ଦ୍ୟେଶ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତି କହିଥିଲେ ।  ବିଶେଷ କରି ଯେଉଁ ମାନେ ଏହି ଶିବିରରେ ଯୋଗ ଦେଇଛନ୍ତି ସେମାନେ ପ୍ରଥମେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଇଟିଆଇ ଓ ପଲିଟେକନିକ ସଂସ୍ଥା ମାନଙ୍କର ଥିବା ଟ୍ରେଡ ଗୁଡିକ ସମ୍ପର୍କରେ ପଚାରି ବୁଝିବା ସହ ସଠିକ ଭାବେ ଟ୍ରେଡ ଚୟନ କରିବା ଦରକାର ବୋଲି ଏବିଡିଓ ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ ।  ଓଡିଶା ଦକ୍ଷତା ବିକାଶ ପାଧିକରଣଙ୍କ ମାଧ୍ୟମରେ ଯୋଗାଇଦିଆ ଯାଇଥିବା ତାଲିମ ସମ୍ପୁର୍ଣ୍ଣଭାବେ ନିଶୁକ୍ଳ ଅଟେ । ରହିବା, ଖାଇବା ତାଲିମ ନେବା ସମୟରେ ସମସ୍ତ ଉପକରଣ ରାଜ୍ୟ ସରକାର ଅନୁଷ୍ଠାନ ମାନଙ୍କୁ ଯୋଗାଇ ଦେଇଥାନ୍ତି ।  ଏହି ତାଲିମ ଶିବିରରେ ପ୍ରାୟ ୩ଶହ ଯୁବକ ଯୁବତୀ ମାନେ ଯୋଗ ଦେଇ ସେମାନଙ୍କ ମନପସନ୍ଦ ଟ୍ରେଡ ଚୟନ କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୨/୨୦୨୩---୪,୫୦  Sakhigopal News, 28/2/2023

Blog Archive

Popular Posts