Breaking News

କାଦପଡା ଗ୍ରାମରେ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ





ଭଞ୍ଜନଗର--- ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ଅଲାଡି ଗ୍ରାମ ପଞ୍ଚାୟତ ର କାଦପଡା ଗ୍ରାମରେ  ୨୨ ତାରିଖ ଠାରୁ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଅଛି  ।ଏଥିରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି  ଶ୍ରୀ ବିପ୍ର ଚରଣ ବାରିକ ଯୋଗଦେଇ ସଂକୀର୍ତନ ମଣ୍ଡଳୀ ଙ୍କ ସହିତ ଯଜ୍ଞ ମଣ୍ଡପ ର ଚାରିପଟ ପରିଭ୍ରମଣ କରି ସ୍ଥାନୀୟ ଅଞ୍ଚଳବାସୀ ଙ୍କ ସୁଖସମୃଦ୍ଧି କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଲାଡି ସରପଞ୍ଚ ଶ୍ରୀ ବାବାଜୀ ପୋଲାଈ,ନାଏବ ସରପଞ୍ଚ ଶ୍ରୀମତୀ କୁନି ସେଠି, ପୂର୍ବତନ ନାଏବ ସରପଞ୍ଚ ଦେବ ଗୌଡ଼, ପୂର୍ବତନ ସମିତି ସଭ୍ୟ କବିସୂର୍ଯ୍ୟ ବେହେରା, ଧରୁମୁ ପ୍ରଧାନ, ଝାଡ଼ଭୂମି ସମିତି ସଭ୍ୟ ଅନୁପ କୁମାର ଭୂୟାଁ, ବି.ଡି.ପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ,ବି.ଡି.ପୁର ଗ୍ରାମ ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ଝାଡ଼ଭୂମି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଦିଲ୍ଲୀପ ସେଠି, ଗାଁ ସାଥି ବୁଲୁ ପାଣିଗ୍ରାହୀ,କାଦପଡା ଗାଁ କମିଟି ସଭାପତି ସଞ୍ଜୟ ପ୍ରଧାନ ପ୍ରମୁଖ  ଉପସ୍ଥିତ ଥିଲେ ।ପରିଶେଷରେ ସାଂସଦଙ୍କ ପ୍ରତିନିଧି ଏହି ଭଳି ଧାର୍ମିକ ଓ ଅଧ୍ୟାର୍ମି୍କ କାର୍ଯ୍ୟାକ୍ରମ କୁ ନିଷ୍ଠାପର ସହ ଆୟୋଜନ କରିଥିବାରୁ ଗ୍ରାମବାସୀ,ଅନୁଷ୍ଠାନର କର୍ମକର୍ତ୍ତା ଓ ଯୁବକ ଭାଇ ମାନଙ୍କୁ ଆନ୍ତରିକ ଧନ୍ଯବାଦ ଅର୍ପଣ କରିଥିଲେ ।  ଏହି କାର୍ଯ୍ୟକ୍ରମ ଦ୍ୱରା ଗ୍ରାମବାସୀ ଙ୍କ ଭାଇଚାରା ଓ ଏକତା ବଜାଇ ରଖିବା ସାଙ୍ଗକୁ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ଵାସ ରହିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୨/୨୦୨୩-----୧୨,୪୫ Sakhigopal News,24/2/2023

Blog Archive

Popular Posts