Breaking News

ପରିତ୍ୟକ୍ତ ଲୁହା ଗେଟ୍ ରେ ଚଢି ଖେଳୁଥିବା ବେଳେ ଦୁର୍ଘଟଣା , ୪ ନାବାଳକ ଆହତ

 


ଭଞ୍ଜନଗର - ପୁରୁଣା ଲୁହା ଗେଟ୍ ରେ ଚଢି ଖେଳୁଥିବା ବେଳେ ହଠାତ୍ ଗେଟ୍ ଟି ଖସିପଡିଲା । ଗେଟ୍ ସହିତ କାନ୍ଥ ଭୁଷୁଡି ପଡିଲା । ଗେଟ୍ ରେ ଚଢି ଥିବା ୪ ନାବାଳକ ତଳେ ପଡି ଆହତ ହେଇଥିବା ଜଣାପଡିଛି । ଭଞ୍ଜନଗର  ଥାନା ଅନ୍ତର୍ଗତ ଡ଼ହ ଗାଁ ରାସ୍ତାରେ ଥିବା କୃଷ୍ଠାଶ୍ରମ  ନିକଟରେ ଘଟିଛି ଏଭଳି ଘଟଣା । ଆହତ ପିଲାଙ୍କୁ ଉଧାର କରି  ଭଞ୍ଜନଗର ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା । ଆହତ ମାନେ ହେଲେ କୃଷ୍ଠାଶ୍ରମ ନିକଟରେ ରହୁଥିବା ସନ୍ୟାସୀ  ମୁଳି ଙ୍କ ପୁଅ ରେଶନ ମୁଳି(୪)  ତାରସିଂ ଥାନା ଅନ୍ତର୍ଗତ  କ୍ଷେତମୁଣ୍ଡୁଳି ଗାଁ ର ରଙ୍କନିଧି  ନାଇକଙ୍କ ପୁଅ ସମୀର ନାଇକ(୫) , ନେଳିଝେରା ଗ୍ରାମର ଅଜିତ ନାଇକଙ୍କ ଝିଅ ଲିପି ନାଇକ(୧୦), ଏବଂ ପୁଅ ରାହୁଲ ନାଇକ ( ୧୨ )।  ଘଟଣା ପ୍ରକାରେ କୃଷ୍ଠାଶ୍ରମ ଭିତରେ ଥିବା  ଲୁହାଗେଟ୍ ଓ କାନ୍ଥ ,  ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା  ବେଳେ ସେହି ଗେଟରେ ଚଢି ପିଲାମାନେ ଖେଳୁ ଥିଲେ । ସେହି ସମୟରେ ହଠାତ୍ ଗେଟସହ କାନ୍ଥ ପଡ଼ିଯାଇଥିଲା । ସମସ୍ତ ପିଲା ଆହତ ହେଇଥିଲେ ।  ରେଶନ ମୂଳି ଓ ସମୀର ନାଇକ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ  ବ୍ରହ୍ମପୁର ବଡଡାକ୍ତରଖାନାକୁ  ସ୍ତାନନ୍ତର କରାଯାଇଛି । ଘଟଣା ପରେ ଭଞ୍ଜନଗର ଥାନାଧିକାରୀ ଧିରେଶ୍ କୁମାର ଦାସ ମେଡିକାଲରେ ପହଞ୍ଚି ଆହତଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୨/୨୦୨୩----୯,୨୫ Sakhigopal News,19/2/2023

Blog Archive

Popular Posts