Breaking News

ଆଚାର୍ଯ୍ୟ ହରିହର ଦାସଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ



ସାକ୍ଷୀଗୋପାଳ---  ଓଡିଶା ସାହିତ୍ୟ ଏକାଡେମୀ ଓ ଅଚାର୍ଯ୍ୟ ଯୁବ ପରିଷଦର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ଜୟନ୍ତୀ  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେପାଳିତ ହୋଇଯାଇଛି ।  ଏହି ଅବସରରେଏକ  ସଭାର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଭାରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡ, ପ୍ରତିଭା ମହାରଥୀ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ସଚ୍ଚିବ ପର୍ଯ୍ୟଟନ ବିଭାଗ ଅଶୋକ କୁମାର ମିଶ୍ର, ସମ୍ମାନୀୟ ଅତିଥି ଭାବେ ଏମସର ଅବସର ପ୍ରାପ୍ତ ନିର୍ଦ୍ଦେଶକ ଡ. ଅଶୋକ କୁମାର ମହାପାତ୍ର,  ସମ୍ମାନୀୟ ବକ୍ତା ଅବସର ପ୍ରାପ୍ତ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ଆଇନଜୀବୀ ଉମାବଲ୍ଲଭ ମହାପାତ୍ର, ଶ୍ରୀଜଗନ୍ନାଥ ଗବେଷକ ଡ. ସୁରେନ୍ଦ୍ର କୁମାର ମିଶ୍ର, ସମାଜସେବୀ ରବୀନ୍ଦ୍ର ନାଥଷଡଙ୍ଗୀ ପ୍ରମୁଖ ଯୋଗ ଦେଇ  ଅଚାର୍ଯ୍ୟ ହରିହର ଦାସ ଜଣେ ଶିକ୍ଷକ ଥିଲେ ତେଣୁ ଆଜି ସମସ୍ତ ଶିକ୍ଷକ ମାନଙ୍କୁ ସମ୍ମାନୀତ କରାଗଲେ ତାଙ୍କୁ ଆମେ ମନେରଖି ପାରିବା ବୋଲି ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ କବିରାଜ ଲୋକନାଥ ମିଶ୍ରଙ୍କ ଦ୍ୱାରା ରଚିତ ବକୁଳବନ ଲଘୁକାବ୍ୟ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା । ସେହିପରି ସତ୍ୟବାଦୀ ସେବା ଟ୍ରଷ୍ଟ ପକ୍ଷରୁ  ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମକୁ ଐତିହ୍ୟ ଗ୍ରାମ ଓ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିବା ପାଇଁ ଏକ ଦସ୍ତଖତ ଅଭିଯାନ କରାଯିବାସହ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୩----୧୨,୪୦   Sakhigopal News, 13/2/2023

Blog Archive

Popular Posts