Breaking News

୩୨ ତମ ମାଷ୍ଟର ମାଣିଆ ସ୍ମାରକୀ ଫୁଟବଲ୍ ଉଦଯାପିତ


 
ଜଟଣୀ---- ଜଟଣୀ ନିକଟସ୍ଥ ଗଡ ରେଙ୍ଗଳ ଗ୍ରାମରେ ମାଷ୍ଟର ମାଣିଆ ସ୍ମୃତି ସଂସଦ ଆନୁକୁଲ୍ୟରେ 
୩୨ ତମ ମାଷ୍ଟର ମାଣିଆ ସ୍ମାରକୀ ଫୁଟବଲ୍
ଟୁର୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ  ଜାଗୃତି ମହାରଥୀ, ସମବାୟବିତ୍ତ ବୈରାଗୀ ଜେନା , ଡେଲାଙ୍ଗ ବ୍ଲକ୍ ଚେୟାରମ୍ୟାନ ବାସନ୍ତୀ ସାହୁ, ସମାଜସେବୀ କିଶୋର ଛୋଟରାୟ,ନାରାୟଣ ସ୍ୱାଇଁ, ମଳୟ ମହାନ୍ତି, ସରପଞ୍ଚ ସାଗରିକା ବଡ଼ଜେନା ଅତିଥି ରୂପେ ଯୋଗଦେଇ  ଏ ବର୍ଷର ୩୨ତମ ମାଷ୍ଟର ମାଣିଆ କପ୍ ବିଜେତା ମା ବାଉତେଇ କ୍ଲବ ଅରଗୁଳକୁ ନଗଦ ରାଶି ସହ ଟ୍ରଫି ଏବଂ  ଏମ ବି ସି କ୍ଲବ ଭୁବନେଶ୍ୱର ରନସଅଫ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। ସରଧାପୁର ଦଳକୁ ଶୃଙ୍ଖଳିତ ଦଳ ଭାବେ, ଦିପୁନ ନାୟକକୁ ମ୍ୟାନ ଅଫ ମ୍ୟାଚ୍, ଭୁବନେଶ୍ୱର ଗୋଲ କିପର କୁ ବେଷ୍ଟ ଗୋଲ କିପର ପୁରସ୍କାର  ଅତିଥି ମାନେ ପ୍ରଦାନ  କରିଥିଲେ।ଖେଳ ପରିଚାଳନା କରିଥିଲେ ରେଫରି ରାମଚନ୍ଦ୍ର ମିଶ୍ର ,ପ୍ରଫୁଲ୍ଲ ବେହେରା ,ସୌମ୍ୟ  ପଟ୍ଟନାୟକ,ଟୁଟୁ ବାହିନୀପତି।ଖେଳ ଅମିମାଂସିତ ରହିବାରୁ ଟାଇ ବ୍ରେକର ପଦ୍ଧତି ଓ ପରେ ସଡନ ଡେଥରେ  ଅରଗୁଳ ଦଳ ୧-୦ ରେ ବିଜୟୀ  ହୋଇଥିଲେ।ସଭା ପରିଚାଳନା କରିଥିଲେ ଆଇନଜୀବୀ
ବିରଞ୍ଚି ନାରାୟଣ ସାମନ୍ତସିଂହାର (ସଭାପତି),ଉପଦେଷ୍ଟା ସୁମନ ପଟ୍ଟନାୟକ, ଏବଂ ସହଯୋଗ କରିଥିଲେ ସମସ୍ତ ସଭ୍ୟ ତଥା ରେଙ୍ଗଳ ଗ୍ରାମବାସୀ ବୃନ୍ଦ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୨/୨୦୨୩----୭,୧୦   Sakhigopal News,20/2/2023

Blog Archive

Popular Posts