Breaking News

ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ତରଫରୁ ସଫେଇ କର୍ମଚାରୀମାନଙ୍କୁ ଶୁଭେଛା

 

କନ୍ଧମାଳ-ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀମାନଙ୍କ ନିମନ୍ତେ ବଡଖାନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାଯ୍ୟକ୍ରମରେ ବାଲିଗୁଡା ଏନ୍ଏସିରେ କାଯ୍ୟରତ ସଫେଇ କର୍ମଚାରିମାନଙ୍କୁ ଗୋଲାପ ତୋଡା ଦେଇ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ଅତୀଥିମାନେ ।ଏହି କାଯ୍ୟକ୍ରମ ଦ୍ବାରା ସଫେଇ କର୍ମଚାରିମାନେ ଉତ୍ସାହିତ ହେବା ସହିତ ସହରକୁ ନିର୍ମଳ ,ସ୍ବଚ୍ଛତା ରଖିପାରିବେ ।ଶେଷରେ ମଞ୍ଚାସୀନ ଅତିଥିମାନେ ବଡଖାନା ପରିସରରେ ଆୟୋଜିତ ହୋଇଥିବା ସଫେଇ କର୍ମଚାରିମାନଙ୍କୁ ସ୍ବାଦିଷ୍ଟ ଖାଦ୍ୟ ପରସିଥିବା ଦେଖିବାକୁ ମିଳିଛି । ଏହି ବଡଖାନା କାଯ୍ୟକ୍ରମରେ ମୂଖ୍ୟଅତିଥି ଭାବରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ,ବିଜେଡି ବାଲିଗୁଡା ବ୍ଳକ ସଭାପତି ତଥା ସାଂସଦ ପ୍ରତିନିଧି ଟୁନାଦାସ,ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତୀକୁମାରୀ ନାୟକ,ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦୀନି ମଲିକ,ବାଲିଗୁଡା ଏସଡିପିଓ ରୋହିତ ବର୍ମା,ବାଲିଗୁଡା ଉପଜିଲ୍ଲାପାଳ ତଥା ଏନ୍ଏସି କାଯ୍ୟ ନିର୍ବାହି ଅଧିକାରୀ ଏମଏସ୍ ମଧୁମିତା ,ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ସମେତ ସମସ୍ତ ଏନ୍ଏସି କାଉନସିଲର ମାନେ ଯୋଗଦେଇଥିଲେ।ବାଲିଗୁଡା ଏନ୍ଏସିର କିଭଳି ଉନ୍ନତୀ କରଣ ଓ ବିକାଶ ହୋଇପାରିବ ଦଳଗତ ନିର୍ବିଶେଷରେ ସମସ୍ତେ ଚେଷ୍ଟା କରିବା ଉଚିତ୍ ବୋଲି ଅବିଭାଷଣରେ କହିଥିଲେ ବିଜେଡି ବ୍ଳକ ସଭାପତି ଟୁନାଦାସ  । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୨/୨/୨୦୨୩---୯,୧୦ Sakhigopal News,12/2/2023

Blog Archive

Popular Posts