ପୁରୁଣା ପୋଷାକ ବିତରଣ କେନ୍ଦ୍ର ସ୍ଥାପିତ
ଜଟଣୀ ---ହୋପ ଇନ ଲାଇଫ ଚାରିଟେବଲ ଟ୍ରଷ୍ଟ ଜଟଣୀ ଶାଖା ତରଫରୁ ସ୍ଥାନୀୟ ସୀତାରାମ ଛକ ଠାରେ ଅପରାହ୍ନ 4ଟା ରୁ 6 ଘଟିକା ୨ ଘଣ୍ଟା ପାଇଁ ପୁରୁଣା ପୋଷାକ ବିତରଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏହା ଦ୍ୱାରା କିଛି ଗରିବ, ଅସହାୟ, ନିରାଶ୍ରୟ ଲୋକ ଉପକୃତ ହୋଇଥିଲେ l ଏହି ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟାଳୟ ପୁରୀର ସିଦ୍ଧ ମହାବୀର ପାଟଣା ଠାରେ ଅବସ୍ଥିତ l ଏହି ଟ୍ରଷ୍ଟର ମୁଖ୍ୟ ଉଦେଶ୍ୟ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଆଶ୍ରୟ ଦେବା ସଂଗେ ସଂଗେ ସେମାନଙ୍କ ସେବା କରିବା । ସହରରେ ଅନୁଷ୍ଠିତ ବିଭିନ୍ନ ଭୋଜି ଉତ୍ସବରେ ବଳକା ଖାଦ୍ୟ ସଂଗ୍ରହ କରି ଗରିବ ଅସହାୟ ମାନଙ୍କ ଭୋକିଲା ପେଟକୁ ଆହାର ଦେବା ସଂଘଠନର ମୂଳଲକ୍ଷ l ଏହି ଟ୍ରଷ୍ଟର ସମାଜ ସେବା କାର୍ଯ୍ୟ ଦେଖି ସେହି କାର୍ଯ୍ୟରେ ନିଜକୁ ନିୟୋଜିତ କରି ଗରିବ ଅସହାୟଙ୍କ ମନରେ ହସ ଫୁଟାଇବା ପାଇଁ ଜଟଣୀ କିଛି ଯୁବକ ଏବଂ ମହିଳା ଏକତ୍ରିତ ହୋଇ ଅଣ୍ଟା ଭିଡିଛନ୍ତି l ଏହି ଜଟଣୀ ଶାଖା କେନ୍ଦ୍ର ତରଫରୁ ସପ୍ତାହର ପ୍ରତ୍ୟକ ରବିବାର ଅପରାହ୍ନ 4ଘଂଟିକା ଠାରୁ 6ଘଂଟିକା ୨ ଘଣ୍ଟା ସହରର ପ୍ରତ୍ୟକ ଛକ, କଲୋନୀ, ବଜାର ମାନଙ୍କରେ ଗରିବ ଅସହାୟ ଲୋକଙ୍କୁ ପୁରୁଣା ପୋଷାକ ବଣ୍ଟନ କରି ତାଙ୍କ ମନରେ ହସାଫୁଟାଇବା ପାଇଁ ଅଣ୍ଟା ଭିଡିଛନ୍ତି l ଜଟଣୀ ଶାଖାର ମୁଖ୍ୟ ପୁରୁଧା ରୂପେ ଡି. କେ. ମୂର୍ତ୍ତି, ହିମାଂଶୁ ବାରିକ, ସୁଶାନ୍ତ କୁମାର ସୁବୁଦ୍ଧି, ଜି ଆନ୍ନାରାଓ, ପ୍ରଣତି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୁରୁଣା ପୋଷାକ ବିତରଣ କରିଥିଲେ l ଏପରି ଏକ ଅତୁଳନୀୟ ସେବା କାର୍ଯ୍ୟ ନେଇ ଜଟଣୀର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବି ମାନେ ଭୁରି ଭୁରି ପ୍ରଂଶସା କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୬/୨/୨୦୨୩---୯,୫୦ Sakhigopal News,26/2/2023