ମହିଳା ଗୋଷ୍ଠୀ ଙ୍କୁ ସ୍ୱାବଲମ୍ବୀ କରୁଛି ବନାୟନ୍ନ ପ୍ରକଳ୍ପ
ଭଞ୍ଜନଗର-- ଦୁମୁଡୁମୀ ବନସୁରକ୍ଷା ସମିତି ଉତ୍ତର ଘୁମୁସୁରୁ ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ବନାଞ୍ଚଳ, ଗାଙ୍ଗପୁର ସେକ୍ସନ ରେ ଅବସ୍ଥିତ ଅଟେ । ଉତ୍ତର ଘୁମୁସୁରୁ ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ଙ୍କ ବଳିଷ୍ଠ ନିର୍ଦ୍ଧେଶ କ୍ରମେ କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ଶ୍ରୀ କୁମର ବେହରାଙ୍କ ତତ୍ୱାବଧାନରେ ଉକ୍ତ ବନ ସୁରକ୍ଷା ସମିତି ର ଦୁଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମା ଷଣ୍ଢାସୁର ଓ ମା ତାରିଣୀ ଗୋଷ୍ଠୀଙ୍କୁ ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ପର୍ଯ୍ୟାୟ ଦୁଇ ର ଆବର୍ତ୍ତନ ପାଣ୍ଠି ସହାୟତାରେ ଦୁଇ ଗୋଟି ଧାନ କଳ ଏବଂ ଚୁନାକଳ ପ୍ରତିଷ୍ଠା କରାଯାଇଅଛି । ଜଙ୍ଗଲ ବିଭାଗର ପ୍ରକଳ୍ପ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆସାପୋଷଣ କରିଛନ୍ତି । ଏବଂ ଛତୁ ଚାଷ କରିବା ପାଇଁ ମନୋନିବେଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଭି ଏସ ଏସ ର ସଭାପତି ଶ୍ରୀ ଚରଣ ପାତ୍ର, ବନପାଳ ଶ୍ରୀ ଜୀବନନ୍ଦ ତ୍ରିପାଠୀ,ବନରକ୍ଷୀ ତଥା ସଭ୍ୟ ସମ୍ପାଦିକା ଶ୍ରୀମନୋଜ ନାୟକ, କ୍ଷେତ୍ର ପରିଚାଳନା ସଂଯୋଜକ ସନ୍ତୋଷ କୁମାର ଡାକୁଆ ଓ ସହଯୋଗୀ ସ୍ବେଛାସେବୀ ଅନୁଷ୍ଠାନର ରବୀନ୍ଦ୍ର ବେହେରା ସୁଗମ କରିବାରେ ସହଯୋଗ କରିଛନ୍ତି । ଏବଂ ଜଙ୍ଗଲ ରେ ନିଆଁ ନଲଗାଇବା ପାଇଁ ନିବେଦନ କରାଯାଇଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୨/୨୦୨୩----୯,୪୫ Sakhigopal News,20/2/2023