Breaking News

କୋରଡ଼ା ଓ ଉଦୟପୁର ଦୁଇ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ର ଶିଳାନ୍ୟାସ




ନୟାଗଡ, ଦୀର୍ଘବର୍ଷ ଧରି ନୂଆଗାଁ ବ୍ଲକର କୋରଡା ଏବଂ ଉଦୟପୁର ପଞ୍ଚାୟତ ବାସୀଙ୍କ ଯେଉଁ ଗମନାଗମନ ସମସ୍ୟା ଥିଲା ତାହା ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁ ଦୁରୀଭୂତ ହୋଇଛି। ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ୍ ଯୋଜନା ରାସ୍ତା ର ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଳା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ କୋରଡ଼ା ଓ ଉଦୟପୁର ପଞ୍ଚାୟତ ରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଦୁଇ ଗୋଟି ରାସ୍ତା ର ଶିଳାନ୍ୟାସ କରିଛନ୍ତି।
ସୂଚନା ଥାଉକି ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ ଓ ଉଦୟପୁର ଦୁଇଟି ପଂଚାୟତ ର ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତାର କୋରଡ ଠାରୁ ରଗଡି ମଡ଼ା ଭାୟା ମିନାଗାଡ଼ିଆ ଏବଂ ନୂଆଗାଁ ଠାରୁ ନଇତଇଲା ରାସ୍ତା ର ଉର୍ଣ୍ଣତ୍ତି କରଣ ପାଇଁ ପ୍ରାୟ ୧୩କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ନିର୍ବାହୀ ଜନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଡିଭିଜନ, ନୟାଗଡ ନଂ ୨,ଷୋୖଭାଗ୍ୟ କୁମାର ଦାସ ଙ୍କ ଠାରୁ ସୂଚନାମିଳିଛି।ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର ସଣ ବେହେରା ,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ,କୋରଡ଼ା ସରପଞ୍ଚ ନିରୂପମା ପାତ୍ର ,ସମିତି ସଭ୍ୟ ପ୍ରଫୁଲ ବେହେରା ,ବିଜେଡି ଉପସଭାପତି ଗୋଲାଖ ବିହାରୀ ଗୋଛୟତ,ଜିଲ୍ଲା ବିଜେଡି ଉପସଭାପତି ଦିଲୀପ ଦଳ ବେହେରା ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡା,କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ ,ହିତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୫/୨/୨୦୨୩----୯,୧୦ Sakhigopal News,25/2/2023

Blog Archive

Popular Posts