Breaking News

୨୩ ତାରିଖରେ ମୁଖ୍ଯ ମନ୍ତ୍ରୀଙ୍କ ସୁଆଣ୍ଡୋ ଗସ୍ତ କୁ ନେଇ ଜିଲା ପ୍ରଶାସନ ଚଳଚଞ୍ଚଳ


   
  ସାକ୍ଷୀଗୋପାଳ -----ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ଐତିହ୍ୟ ପ୍ରକଳ୍ପ ଲୋକାର୍ପଣ କରିବାକୁ ୨୩ ତାରିଖରେ ମୁଖ୍ଯମନ୍ତ୍ରୀ ସୁଆଣ୍ଡୋ ଆସୁଥିବା ଦ୍ରୁଷ୍ଟି ରୁ ଜିଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି  । ଜିଲାପାଳ ସମର୍ଥ ବର୍ମା କାର୍ଯ୍ୟକ୍ରମ ର ଅଗ୍ରଗତି ସଂପର୍କରେ ଘନଘନ ସୁଆଣ୍ଡୋ ଗସ୍ତ କରୁଛନ୍ତି  ।  ଏଥିପାଇଁ  ଜିଲା ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଚଳଚଞ୍ଚଳ ହୋଇପଡିଛନ୍ତି  ।  ସେହିପରି ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହୁ ସବୁଦିନ  ସୁଆଣ୍ଡୋ ଗସ୍ତରେ ରହି ଚାଲିଥିବା କାମକୁ ଟିକିନିଖି ତଦାରଖ କରୁଛନ୍ତି  । ବାରିକେଟ ଠାରୁ ଆରମ୍ଭ କରି ହେଲିପ୍ଯାଡ ଅବତରଣ କରିବା ସ୍ଥାନ,  ଯେଉଁ ବାଟଦେଇ  ମୁଖ୍ଯମନ୍ତ୍ରୀ ଯେଉଁ ଗାଡିରେ ଯିବେ ସେହିରାସ୍ତା, ପାର୍କିଂ ସ୍ଥାନ, ସଂଗ୍ରହାଳୟ,ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଥିବା ଜାଗା, ଖେଳପଡ଼ିଆ, ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଜନ୍ମପୀଠ ବାସଭବନ ଓ ଗ୍ରାମ ଶିବମନ୍ଦିର ଅଞ୍ଚଳ ପରିଦର୍ଶନ କରିଥିଲେ  ।   ନିରବଚ୍ଛିନ୍ନ ବିଜୁଳି ଯୋଗାଣ, ପାନୀୟ ଜଳ ଯୋଗାଣ, ଅଗ୍ନିଶମ ବିଭାଗ ସଜାଗ ରହିବା, ଜନଗହଳି ଏଡ଼ାଇବା   ଆଦି ବିଷୟରେ ତୀକ୍ଷ୍ଣ ନଜର ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲାପାଳ ଶ୍ରୀ ବର୍ମା ନିର୍ଦ୍ଦେଶ ଦେଇଥିଲେ  । ଓଡ଼ିଶା ସେତୁ ନିର୍ମାଣ ନିଗମ ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟସିଂହ, ବିଡ଼ିଓ ଲୋଚନ ଦାସ, ନିର୍ବାହୀ ଯନ୍ତ୍ରୀ ପ୍ରୋଜେକ୍ଟ ଅଫିସର ସୁନ୍ଦର ମାଧବ ପାଢ଼ୀ, ଉପଖଣ୍ଡ ଅଧିକାରୀ ଗିରିଜା ଶଙ୍କର ନାୟକ, ଇଂ ପ୍ରମୋଦ କୁମାର ନାୟକ, ଇଂ ଶୁଭମ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୨/୨୦୨୩---୧୦,୪୫ Sakhigopal News,20/2/2023

Blog Archive

Popular Posts