ନଳକୂଅ ରୁ ପାଣି ନେବାକୁ କେନ୍ଦ୍ରକରି ମାରପିଟ, ଦୁଇ ମହିଳା ଆହତ
ଭଞ୍ଜନଗର - ତାରାସିଙ୍ଗି ଥାନା ଅନ୍ତର୍ଗତ ବାରଦଣ୍ଡା ଗାଁ ରେ ନଳକୂଅରୁ ପାଣି ନେବାକୁ କେନ୍ଦ୍ରକରି ଦୁଇ ମହିଳାଙ୍କ ସହ ଆଉକିଛି ମହିଳାଙ୍କ ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ରକରି ଦିନକ ପରେ କିଛି ମହିଳା ଏକାଠି ହୋଇ, ଗାଁ ର ଦୀପା ନାଇକ ଓ ପୁଷ୍ପା ନାଇକ ଙ୍କୁ ଆକ୍ରମଣ କରିଥିଲେ । ଦୁଇ ମହିଳା ଆହତ ହୋଇ ଭଂଜନଗର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏନେଇ ଆହତ ଦୀପା ନାଇକ ତାରାସିଙ୍ଗି ଥାନାରେ ୭ ଜଣ ମହିଳାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ରଶ୍ମି ନାଇକ ନାମକ ଜଣେ ମହିଳା ମଧ୍ୟ ୫ ଜଣ ମହିଳାଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି । ଏନେଇ ତାରାସିଙ୍ଗି ଥାନା ପୋଲିସ ୫୭ଓ୫୮/୨୩ ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୨/୨୦୨୩---୮,୨୫ Sakhigopal News,20/2/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୨/୨୦୨୩---୮,୨୫ Sakhigopal News,20/2/2023