ଭଞ୍ଜନଗର ଜେଲ୍ ପଡିଆ ଠାରେ ସଦଭାବନା ସନ୍ଥ ସମ୍ମିଳନୀ
ଭଞ୍ଜନଗର---- - ସ୍ଥାନୀୟ ଜେଲ୍ ପଡିଆ ଠାରେ ଏକ ସଦଭାବନା ସନ୍ଥ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଦଗୁରୁ - ସତ୍ୟପାଲ୍ ଜୀ ମହାରାଜ୍ ଙ୍କ ଦ୍ଵାରା ଅନୁପ୍ରାଣିତ ସାଧୁ ଏବଂ ସନ୍ୟାସୀନି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାନବ ଧର୍ମରେ ଆଧ୍ୟାତ୍ମିକ ଚେତନା , ସଦଗୁରୁଙ୍କ ନିକଟରେ ଶରଣାପନ୍ନ , ସତକର୍ମ ଏବଂ ଜୀବେଦୟା ଭଳି ଆଧ୍ୟାତ୍ମିକ ଚିନ୍ତାଧାରା ରେ ଅନୁପ୍ରାଣିତ ହେବାପାଇଁ , ଆୟୋଜିତ ସତସଙ୍ଗ ରେ ସାଧୁ , ସନ୍ୟାସିନୀ ପ୍ରମୁଖ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ସମାଜସେବୀ ଶୂଳପାଣି ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ ଶୁଭେଚ୍ଛା ଜଣାଇଥିଲେ । ଏହି ସତସଙ୍ଗ ରେ ସ୍ଥାନୀୟ ଅଞ୍ଚଳର ବହୁ ଆଧ୍ୟାତ୍ମିକ ପ୍ରେମୀ ଏବଂ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୨/୨୦୨୩----୯,୪୫ Sakhigopal News,23/2/2023