Breaking News

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ; ଭାରତୀୟ ଜନତା ଦଳର ବିକ୍ଷୋଭ




ଜଟଣୀ --ରାଜ୍ୟ ବିଜେପିର ଆହ୍ୱାନକ୍ରମେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି।  ରାଜ୍ୟ ସରକାରଙ୍କ ହାତବାରିସୀ ସାଜିଥିବା ପୋଲିସ ପ୍ରଶାସନ ବିରୋଧରେ ଜଟଣୀ ଶାଖା ଭାରତୀୟ ଜନତା  ଦଳ ରାଜ୍ୟ  ସରକାରଙ୍କୁ ରାଜଧାନୀର ଚାରିପଟୁ ଘେରି ରାସ୍ତାରୋକ କରିଛି ବିଜେପି । ଏହି ଅବସରରେ  ଖୋର୍ଦ୍ଧା ଓ ଜଟଣୀ ନିର୍ବାଚନ ମଣ୍ଡଳୀରୁ ଶତାଧିକ ନେତା ଓ କାର୍ଯ୍ୟକର୍ତା ଏକାଠି ହୋଇ ଖଣ୍ଡଗିରି ଛକ ଜାତୀୟ ରାଜପଥ ରାସ୍ତାକୁ ଅବରୋଧ କରି ବିକ୍ଷୋଭ କରିଥିଲେ । ଏଥିରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ,ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ ମୁଖପାତ୍ର ଯତୀନ ମାହାନ୍ତି, ଜଟଣୀ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଶ୍ୱରଞ୍ଜନ ବଡ଼ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତ ରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ରାଜ୍ୟ କୃଷକ ମୋର୍ଚା ଉପ ସଭାପତି ଶ୍ରୀରଞ୍ଜନ ମଙ୍ଗରାଜ,, ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଡାକ୍ତର ବେହେରା,ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ମହାପାତ୍ର, ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା, ଖୋର୍ଦ୍ଧା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବିନା ଭଞ୍ଜଦେଓ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ମନୋଜ କୁମାର ନନ୍ଦ,ତିନି ମଣ୍ଡଳର ସଭାପତି, ପ୍ରଦୋଷ ଜେନା, ସଂଗ୍ରାମ ସାମନ୍ତସିଂହାର, ଲିଟୁରଞ୍ଜନ ରାଉତରାୟ   ପ୍ରଭୃତି ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୨/୨୦୨୩----୩,୧୦ Sakhigopal News,15/2/2023

Blog Archive

Popular Posts