Breaking News

ସର୍ବ ଭାରତୀୟ ସ୍ତରୀୟ ବାଣିଜ୍ୟିକ ମେଳା

 
ଭଞ୍ଜନଗର--- ଭଞ୍ଜନଗର ସ୍ଥିତ ଜେଲ ପଡିଆରେ ଚାଲିଥିବା ସର୍ବ ଭାରତୀୟ ସ୍ତରୀୟ ବାଣିଜ୍ୟିକ ମେଳାର ଉଦଯାପନୀ ଉତ୍ସବରେ ବାହାଡାପଦରର ଚକରା ବିଷୋୟୀ କଲଚୁରାଲ ଏକାଡମୀ ତରଫରୁ ଘୁମୁସର ଅଞ୍ଚଳର ବରିଷ୍ଠ କବି,ଲେଖକ,ସାହିତ୍ୟିକ, କଳାକାର,କଣ୍ଠ ଶିଳ୍ପୀ, ଚିତ୍ର ଶିଳ୍ପୀ, ନୃତ୍ୟ ଶିଳ୍ପୀ, ଶିକ୍ଷାବିତ୍, ସମାଜସେବୀ ତଥା ଚକରା ପ୍ରେମୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ଶିକ୍ଷାବିତ୍ ପ୍ରଫେସର କୃତିବାସ ବିଶ୍ବାଳ,ସଂସ୍କୃତି ରତ୍ନ ତଥା ପଶୁମୁଖା ନୃତ୍ୟ ଶିଳ୍ପୀ ନାରାୟଣ ମହାରଣା, ମୂର୍ତ୍ତୀ ଓ ଚିତ୍ର ଶିଳ୍ପୀ ତଥା ଶିକ୍ଷାବିତ୍  ଧୃବ ମହାରଣା , ସମାଜସେବୀ ଶୂଳପାଣୀ ଶତପଥୀ ,ବନବନ୍ଧୁ ଅନୁପମ ବାନାର୍ଜୀ, ନାଟ୍ୟକାର ଆଦିକନ୍ଦ ଗୌଡ, କଣ୍ଠ ଶିଳ୍ପୀ ତଥା ଅଧ୍ୟାପକ ଅଶୋକ କୁମାର ସ୍ବାଇଁ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କବି ତଥା ଅଧ୍ୟାପକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, ଏ.ବି.ଇ.ଓ ତଥା ଶିଶୁ କବି ଶଙ୍କର୍ଷଣ ତ୍ରିପାଠୀ ,ସି.ଆର୍.ସି.ସି ତଥା କବି ତ୍ରିନାଥ ବେହେରା, କବୟିତ୍ରୀ ତଥା କଣ୍ଠ ଶିଳ୍ପୀ ଜୋତ୍ସା ଦେବୀ, କବୟିତ୍ରୀ  ରଞ୍ଜୁଲତା ବେହେରା, କବୟିତ୍ରୀ ପ୍ରଭାତୀ ମଞ୍ଜରୀ ବେହେରା, ପ୍ରକାଶକ ତଥା କବି  ଚିନ୍ମୟ କୁମାର ବେବର୍ତ୍ତା, କବି ଅଶୋକ କୁମାର ସାହୁ, କବି ସୁରେଶ ଚନ୍ଦ୍ର  ସ୍ବାଇଁ, କବି କୁମାର କାର୍ତ୍ତୀକେଶ୍ବର ପ୍ରଧାନ,ଶିକ୍ଷାବିତ୍ ଦେବରାଜ ଷଢ଼ଙ୍ଗୀ ପ୍ରମୁଖଙ୍କୁ ଅନୁଷ୍ଠାନର ସଭାପତି ଜଗବନ୍ଧୁ ଜେନା, ଉପ ସଭାପତି ସନ୍ତୋଷ ଜେନା ଓ ସଂପାଦକ ନେତାଜୀ ବିଷୋୟୀ ଙ୍କ ସମେତ କନ୍ଧମାଳ ଏମ୍.ପି ଙ୍କ ପ୍ରତିନିଧି ପଞ୍ଚାନନ ପାଳ, ସଂସ୍କୃତି ପ୍ରେମୀ ଜଗଦୀଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍କୁଲ କଲେଜର ଛାତ୍ର ଛାତ୍ରୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ ା  ଘୁମୁସରର ବୀର ଚକରା ବିଷୋୟୀ,ଦୋହରା ବିଷୋୟୀ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରଚାର ପ୍ରସାର ନିଜସ୍ବ ପ୍ରଚେଷ୍ଟାରେ  ଘୁମୁସରର କଳା , ସାହିତ୍ୟ, ସଂସ୍କୃତି,ଶିକ୍ଷା,ସଂଗୀତ,ଲୋକନୃତ୍ୟ ,ସମାଜସେବା ଆଦି କ୍ଷେତ୍ରରେ ଅନନ୍ୟ ଅବଦାନ ନିମିତ୍ତ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ାାଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୨/୨୦୨୩----୯,୪୫ Sakhigopal News,27/2/2023  

Blog Archive

Popular Posts