ଧାରଣା ର ୬୪ ଦିନ ପରେ , ଶଶୁର ଘରକୁ ଗଲା ବୋହୁ
ଭଞ୍ଜନଗର - ଧାରଣା ଓ ବାଦ ବିବାଦ ର ୬୪ ଦିନପରେ ଶଶୁରଙ୍କ ଘରକୁ ଗଲା ବୋହୁ ଟିନାରାଣୀ । ଗଂଜାମ ଜିଲ୍ଲା ଗାଲେରୀ ଗାଁ ରେ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଥିବା ଟିନାରାଣୀ ଓ ଦୁଷ୍ମନ୍ତ ଙ୍କ ପ୍ରେମକୁ ନେଇ ଆରମ୍ଭ ହୋଇଥିଲା ସମୁଦାୟ ଘଟଣା । ପ୍ରଥମେ ପ୍ରେମ ସମ୍ପର୍କ , ତାପରେ ପ୍ରେମିକାର ଘର ଆଗରେ ଧାରଣା ,ଗାଁ ଦାଣ୍ଡରେ ବିବାହ ଏବଂ ପରବର୍ତ୍ତୀ ସମୟରେ ଟିନାକୁ ଛାଡି ବ୍ରହ୍ମପୁର ଚାଲିଯାଇଥିଲା ଦୁଷ୍ମନ୍ତ । ପୁଣି ସ୍ବାମୀ ଘର ଆଗରେ ଧାରଣା ଦେବାର ୪୦ ଦିନ ପରେ ଗ୍ରାମବାସୀ ଏବଂ ପୋଲିସ ଉପସ୍ଥିତିରେ ଶଶୁର ଘରକୁ ଗଲା ବୋହୁ ଟିନାରାଣୀ । ଶେଷରେ ବୋହୁ ଟିନା ରାଣୀ ଙ୍କୁ ଘର ଭିତରକୁ ଡାକିଲେ ଶାଶୁ ଓ ଶଶୁର । ଗୁରୁବାର ରାତିରେ ଶଶୁର ଘର ଲୋକଙ୍କ କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଶଶୁର ଙ୍କ ଘରେ ତାଲା ପକାଇଥିଲେ ଟିନାରାଣୀ । ଶୁକ୍ରବାର ସକାଳେ ଗ୍ରାମବାସୀ ଏବଂ ପୋଲିସ ଉପସ୍ଥିତି ରେ ତାଲା ଭଙ୍ଗାଗଲା । ଉଭୟ ଶାଶୁ , ଶଶୁର ଏବଂ ବୋହୁ ଟିନାରାଣୀ ଘରକୁ ଗଲେ । ଘରେ ରୋଷେଇ କରିବା ଆରମ୍ଭ କଲେ ବୋହୁ ଟିନାରାଣୀ । ଘଟଣା ପ୍ରକାରେ
ଗତ ଡିସେମ୍ବର ୨୪ ତାରିଖରେ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଗାଲେରୀ ଗାଁ ର ସୁବାସ ସାହୁ ଙ୍କ ଘର ଆଗରେ ଧାରଣା ଦେଇଥିଲେ ବ୍ରହ୍ମପୁର ର ଝିଅ ଟିନାରାଣୀ । ସୁବାଷ ସାହୁ ଙ୍କ ପୁଅ ଦୁଷ୍ମନ୍ତ , ଟିନାରାଣୀ ଙ୍କୁ ପ୍ରେମ କରୁଥିଲେ । ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶୃତି ନ ରଖିବାରୁ ଗାଲେରୀ ଗାଁ କୁ ଆସି ଦୁଷ୍ମନ୍ତ ଙ୍କ ଘର ଆଗରେ ଧାରଣା ଦେଇଥିଲେ ଟିନାରାଣୀ । ଗ୍ରାମବାସୀଙ୍କ ଉପସ୍ଥିତିରେ ଡିସେମ୍ବର ୨୯ ତାରିଖ ରେ ଗାଁ ଦାଣ୍ଡରେ ଶଙ୍ଖା ସିନ୍ଦୂର ଓ ବାହା- ମୁକୁଟ ପିନ୍ଧି ଉଭୟଙ୍କ ବିବାହ ହୋଇଥିଲା । ବିବାହ ପରେ ଉଭୟେ ଟିନାରାଣୀ ଓ ଦୁଷ୍ମନ୍ତ ବ୍ରହ୍ମପୁର ଯାଇଥିଲେ । ସେଠାରେ ଟିନାରାଣୀ କୁ ଛାଡି ଦୁଷ୍ମନ୍ତ ଚାଲି ଯାଇଥିଲା । ସେଠାରୁ ଆସି , ପୁଣି ଶଶୁର ଘର ଆଗରେ ଧାରଣା ଦେବା ସହ ଶଶୁର ଙ୍କ ଅନ୍ୟ ଏକ ଦୋକାନ ଘର ତାଲା ଭାଙ୍ଗି ସେଠାରେ ରହିଥିଲେ ଟିନାରାଣୀ ।
ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କ ହସ୍ତକ୍ଷେପ ପରେ ସମାଧାନ ହେବା ସହ ପୁନର୍ବାର ବୈଦିକ ରୀତିରେ ଉଭୟ ଙ୍କ ବିବାହ ପାଇଁ ନିଷ୍ପତ୍ତି ହେଲା । କିନ୍ତୁ ଦୁଇଦିନ ପୂର୍ବରୁ ଦୁଷ୍ମନ୍ତ ଙ୍କ ମା ଓ ଦୁଇ ଭଉଣୀ ମିଶି ଟିନାରାଣିଙ୍କୁ ଦୋକାନ ଘରୁ ବାହାରକରି ମାଡ଼ ମାରିଥିବା ନେଇ ଗାଲେରୀ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଥିଲେ ଟିନାରାଣି । ଗତ ରାତିରେ ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରିବା ସହ ପୋଲିସ ଉପସ୍ଥିତିରେ ଘଟଣାର ସମାଧାନ କରିବା ପାଇଁ ଦାବୀ କରିଥିଲେ । ଶୁକ୍ରବାର ଦିନ ଘଟଣା ପ୍ରାୟତଃ ସମାଧାନ ଆଡକୁ ଯାଇଥିବା ବେଳେ ପୁଅ ଦୁଷ୍ମନ୍ତ କିନ୍ତୁ ଘରକୁ ଫେରି ନାହିଁ ।ଘଟଣାର ସ୍ଥାୟୀ ସମାଧାନ କରିବା ପାଇଁ ତାରାସିଙ୍ଗି ଥାନା ପୋଲିସ କୁ , ଗୁରୁବାର ରାତିରୁ କସରତ କରିବାକୁ ପଡ଼ିଥିଲା । ଟିନାଙ୍କ ଅଭିଯୋଗ ପ୍ରକାରେ ଆଇନ୍ ଅନୁଯାୟୀ ଶନିବାର ସୁଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଘଟଣା ସ୍ଥଳରେ ରହି ବୁଝାସୁଝା କରିଛନ୍ତି । ଏବେ ଟିନାରାଣୀ ଏବଂ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ଯେ ଫେରାର ଥିବା ଦୁଷ୍ମନ୍ତ ଘରକୁ ଆସୁ । ଏହାସହ ଟିନାକୁ ଆକ୍ରମଣ କରିବା ଏବଂ ଗ୍ରାମବାସୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗରେ ଦୁଷ୍ମନ୍ତ ଙ୍କ କିଛି ସମ୍ପର୍କୀୟ ଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେଉ । ତେବେ ସମୁଦାୟ ଘଟଣା ଏବେ ସମାଧାନ ଆଗକୁ ଯାଉଥିବା ବେଳେ , ଏହି ଚର୍ଚ୍ଚିତ ଘଟଣା ର ସ୍ଥାୟୀ ସମାଧାନ ଆଗକୁ କଣ ହେଉଛି , ତାକୁ ହିଁ ଏବେ ଦେଖିବାକୁ ବାକି ରହିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୨/୨୦୨୩---୮,୩୦ Sakhigopal News,24/2/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୪/୨/୨୦୨୩---୮,୩୦ Sakhigopal News,24/2/2023