କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଇଆଇଟି ଭୁବନେଶ୍ବରର ଛାତ୍ରଛାତ୍ରୀମାନଙ୍କ ସହମତ ବିନିମୟ
ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ବିଶାଳ ଉତ୍ସାହୀ ସମାବେଶକୁ ସମ୍ବୋଧୃତ କରିଥିଲେ। ସେ ଉଦ୍ଭାବନ ଏବଂ ଯୁବ ଉପରେ ବକ୍ତବ୍ୟ ରଖିଥିଲେ। ଅର୍ଥନୀତି, ଅର୍ଥ ଏବଂ ସରକାରୀ ନୀତି ଉପରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର
ଦେଇଥିଲେ। ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଆମର ମାନ୍ୟବର କେନ୍ଦ୍ରମନ୍ତ୍ରୀ
ନିର୍ମଳା ସୀତାରମଣଙ୍କୁ ସ୍ବାଗତ କରିଥିଲେ ।
ମନୋରମ କ୍ୟାମ୍ପସକୁ ୨୦୧୮ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ। ପ୍ରତିଷ୍ଠା ହେବା ଦିନଠାରୁ ଏହି ଅନୁଷ୍ଠାନ ନିକଟରେ ଜାତୀୟ ଶିକ୍ଷା ନୀତି ୨୦୨୦ରେ ଗୁରୁତ୍ବାରୋପ କରାୟାଇଥିବା ସାମଗ୍ରୀକ ଏବଂ ବହୁମୁଖୀ ଶିକ୍ଷାକୁ ଅନୁସରଣ କରିଆସୁଛି। ପ୍ରତିଷ୍ଠା ପରଠାରୁ ଏହାର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ପ୍ରାୟ ୫ ହଜାର ଗବେଷଣାପତ୍ର ପ୍ରକାଶ କରିବା ସହ
୫୦ଟି ପେଟେଣ୍ଟ ଆବେଦନ ଦାଖଲ କରିଛନ୍ତି।
ଏହି ପାର୍କ ୫୦ରୁ ଅଧିକ ଷ୍ଟାର୍ଟ-ଅପର ବିକାଶକୁସମର୍ଥନ କରିଛି ।ଏବଂ ପାଖାପାଖୁ ୨୦ ଷ୍ଟାର୍ଟ-ଅପର ବିକାଶ କରିଛି। ପାର୍କ କିଭଳିଏକ ଉଦ୍ୟୋଗ ଆରମ୍ଭ କରିବା ଉପରେ କର୍ମଶାଳା ଆୟୋଜନ କରେ ଯାହାର ସାମ୍ପ୍ରତିକ ସଂସ୍କରଣରେ
୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଥିଲେ। ଏହା ପ୍ରତିବର୍ଷ ଏକ ଇ-ସତ୍ତେଳନ ମଧ୍ୟ ଆୟୋଜନ କରିଥାଏ,
ଯେଉଁଥରେ ଅତିଥ୍ ଆଲୋଚନା, ପ୍ରତିୟୋଗିତା, କର୍ମଶାଳା, ଇଣ୍ଟର୍ଣ୍ଣସିପ୍ ମେଳା ଏବଂ ନିବେଶକମାନେ ଭାଗନେଉଥିବା ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କ ଉଦ୍ୟୋଗୀ ଦକ୍ଷତା ବାହାରକୁ ଆଣିବାରେ ସାହାଯ୍ୟ କରିଥାନ୍ତି। ନିକଟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ମହାବିଦ୍ୟାଳୟରୁ୨ହଜାରରୁ ଅଧିକ ପ୍ରତିୟୋଗୀ ଅଂଶଗ୍ରହଣ କରିଥିଲେ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୨/୨୦୨୩-----୯,୧୫ Sakhigopal News,17/2/2023
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୨/୨୦୨୩-----୯,୧୫ Sakhigopal News,17/2/2023