Breaking News

ଭଞ୍ଜନଗର ବାଣିଜ୍ୟ ମେଳା - ୨୦୨୩ ଉଦଘାଟିତ



ଭଞ୍ଜନଗର- ସ୍ଥାନୀୟ କବିସମ୍ରାଟ ଷ୍ଟାଡିୟମ ପରିସରରେ ଭଞ୍ଜନଗର ବାଣିଜ୍ୟ ମେଳା - ୨୦୨୩ ଉଦଘାଟିତ ହୋଇଯାଇଛି। ସାଇ ଇଭେଣ୍ଟ ମେନେଜମେଣ୍ଟ ପକ୍ଷରୁ ଆୟୋଜିତ ଏହି ବାଣିଜ୍ୟ ମେଳା କୁ ନଗରପାଳ ଗୋପବନ୍ଧୁ ମହାପାତ୍ର ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ଏ ସି ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ, ଲେମ୍ଭେଇ ସମିତି ସଭ୍ୟ ଦେବଦତ୍ତ ପ୍ରଧାନ, ଶୁଳପାଣି ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।  ଅନୁଷ୍ଠାନର ସତ୍ଵାଧିକାରୀ ବସନ୍ତ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଏହି ବାଣିଜ୍ୟ ମେଳା ରେ ଦେଶର ବିଭିନ୍ନ ପ୍ରଦେଶର ହସ୍ତ ତନ୍ତ, ହସ୍ତଶିଳ୍ପ ଆଦି ବିଭିନ୍ନ କଳା କାରିଗରୀ ଏସ୍ ଏଚ୍ ଜି ଗୃପ୍ ଙ୍କ ଦ୍ଵାରା ବିକ୍ରୟ କରାଯିବା ବ୍ୟବସ୍ଥା କରାଯାଇଛି ବୋଲି ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମ କୁ ଶୁଳପାଣି ଶତପଥୀ ସଂଯୋଜନା କରିଥିବା ବେଳେ ନଗରପାଳ ଗୋପବନ୍ଧୁ ମହାପାତ୍ର ଏହି ବାଣିଜ୍ୟ ମେଳା ଦ୍ବାରା ଆମ ସ୍ଥାନୀୟ ଅଞ୍ଚଳର କିଛି ଏସ୍ ଏଚ୍ ଜି ଗୃପ୍ ସେମାନଙ୍କ ନିର୍ମିତ କଳାକୃତି ବିକ୍ରି କରିବାର ସୁଯୋଗ ପାଇବେ ବୋଲି ଆଶା ବ୍ୟକ୍ତ କରିଥିଲେ। ଏଥିସହ ପ୍ରତି ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାକୁ ଅନୁଷ୍ଠାନ ପକ୍ଷରୁ ସୁଯୋଗ ଦିଆଯିବ ବୋଲି ଅନୁଷ୍ଠାନ ର ମୁଖ୍ୟ ବସନ୍ତ ସାହୁ ସୂଚନା ଦେଇଛନ୍ତି।ଏହା ଆସନ୍ତା ୨୬ ତାରିଖ ଯାଏଁ ଚାଲିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୨/୨୦୨୩ ---୯,୧୦ Sakhigopal News,17/2/2023

Blog Archive

Popular Posts