ବରକେରା ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ଓ ଆଚାର୍ଯ୍ୟ ହରିହର ଦାସଙ୍କ ତିରୋଧାନ ଦିବସ ପାଳିତ
ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ସହିତ ଆଚାର୍ଯ୍ୟ ହରିହର ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ। ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ , ଶିକ୍ଷକ ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ, ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ପବିତ୍ର ମୋହନ ପରିଡା ଓ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ ଆଚାର୍ଯ୍ୟ ହରିହର ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେ ଥିଲେ ଜଣେ ସେବା, ସହାନୁଭୂତି, ଆଚରଣ ଓ ଐକାନ୍ତିକ ନିଷ୍ଠାର ଜୀବନ୍ତ ପ୍ରତିକ। ମାତୃଭାଷାର ସୁରକ୍ଷା ଓ ସମୃଦ୍ଧି ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଶପଥ ପାଠ କରିଥିଲେ।ସବୁ ଦପ୍ତର ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆ ଭାଷା କିପରି ପ୍ରଚଳିତ ହେବ ସେଥିପାଇଁ ଚେଷ୍ଟା କରିବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ମାତୃଭୂମି ମାତୃ ଭାଷାର ମମତା ଜା ହୃଦେ ଜନମି ନାହିଁ,ତାକୁ ଜଦି ଗ୍ୟାନି ଗୁଣରେ ଗଣିବା ଅଜ୍ଞାନ ରହିବେ କାହିଁ।ସର୍ବ ଶେଷରେ ପୁରୁଷୋତ୍ତମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୧/୨/୨୦୨୩---୯,୨୫ Sakhigopal News,21/2/2023