କଥା ନୁହେଁ କାମ ରେ କରି ଦେଖାନ୍ତି ଦଶପଲ୍ଲା ବିଧାୟକ
ନୟାଗଡ ----, ଦୀର୍ଘବର୍ଷ ଧରି ନୂଆଗାଁ ବ୍ଲକ ରକୋରଡା ଏବଂ ଉଦୟପୁର ପଞ୍ଚାୟତ ବାସୀଙ୍କ ଯେଉଁ ଗମନାଗମନ ସମସ୍ୟା ଥିଲା ତାହା ଦଶପଲ୍ଲା ବିଧାୟକ ରମେଶଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଫଳରେ ଦୁରୀଭୂତ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ୍ ଯୋଜନା ରାସ୍ତା ର ଉର୍ଣ୍ଣତ୍ତି କରଣ ପାଇଁ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଳା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କୋରଡା ଓ ଉଦୟପୁର ପଞ୍ଚାୟତ ରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଦୁଇ ଗୋଟି ରାସ୍ତା ର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି।
ସୂଚନା ନଥାଉକି ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ ଓ ଉଦୟପୁର ଦୁଇଟି ପଞ୍ଚାୟତ ର ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତାର କୋରଡ ଠାରୁ ରଗଡି ମଡ଼ା ଭାୟା ମିନାଗାଡ଼ିଆ ଏବଂ ନୂଆଗାଁ ଠାରୁ ନଇତଇଲା ରାସ୍ତା ର ଉର୍ଣ୍ଣତ୍ତି କରଣ ପାଇଁ ପ୍ରାୟ ୧୩କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ନିର୍ବାହୀ ଜନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଜନ,ନୟାଗଡ ନଂ ୨,ଶୈଭାଗ୍ୟ କୁମାର ଦାସ ଙ୍କ ଠାରୁ ସୂଚନାମିଳିଛି।ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର ସଣ ବେହେରା ,୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ,କୋରଡ଼ା ସରପଞ୍ଚ ନିରୂପମା ପାତ୍ର ,ସମିତି ସଭ୍ୟ ପ୍ରଫୁଲ ବେହେରା ,ବିଜେଡି ଉପସଭାପତି ଗୋଲାଖ ବିହାରୀ ଗୋଛୟତ,ଜିଲ୍ଲା ବିଜେଡି ଉପସଭାପତି ଦିଲୀପ ଦଳ ବେହେରା ଛାତ୍ର ବିଜେଡି ସଭାପତି ସୁବ୍ରତ ପରିଡା, କନିଷ୍ଠ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ ,ହିତାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୧/୨/୨୦୨୩----୯,୪୫ Sakhigopal News,21/2/2023