Breaking News

ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଘୁ. ଉଦୟଗିରି ବ୍ଲକର ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀ



କନ୍ଧମାଳ---- କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକର ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ଦ୍ୱାରା ଆଜି ଘୁ. ଉଦୟଗିରି ବ୍ଲକର ଥିବା 08 ଗୋଟି ଗ୍ରାମ ପଞ୍ଚାୟତର 91 ଟି ଗ୍ରାମ ର ଦୁଇ ମାସ ଧରି, " ସ୍ୱଚ୍ଛ ଗ୍ରାମ ଅଭିଯାନ" ନିମନ୍ତେ ଏକ ସର୍ଭେ କରାଯାଇଛି । ଉକ୍ତ ସର୍ଭେ ରିପୋର୍ଟ ରେ  ଗ୍ରାମଞ୍ଚଳ ର ଥିବା ବିଭିନ୍ନ ସମସ୍ୟା ଯଥା, ସିସି ଡ୍ରେନ, କଂକ୍ରିଟ ରାସ୍ତା, ପିଇବା ପାଣି,  କୂପ, ନଳକୂଅ, ଅଙ୍ଗନବାଡି କେନ୍ଦ୍ର ଏବଂ ବ୍ୟକ୍ତିଗତ ଶୌଚାଳୟ ଉପରେ ଏକ ତଥ୍ୟ ସଂଗ୍ରହ କରି ଆଜି ଘୁ. ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ତ୍ରିପାଠୀ ଙ୍କୁ ଉକ୍ତ ସମସ୍ୟା ଊପରେ ପ୍ରାଧନ୍ୟ ଦେବାପାଇଁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି।
     ସ୍ୱାଧୀନତା ତା ର 75ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସାଧାରଣ ଗାଁ ଗହଳି ରେ ବାସ କରୁଥିବା ଲୋକମାନେ ନିଜର ମୌଳିକ ସୁବିଧା ପାଇବାରେ ବଞ୍ଚିତ ଅଛନ୍ତି ବୋଲି ଏହି ସର୍ଭେ ସମୟରେ ଜଣାପଡିଛି।
        ବିଶେଷ କରି ଆଗାମୀ ଗ୍ରୀଷ୍ମ ୠତୁ କୁ ଦେଖି  ଗ୍ରାମାଞ୍ଚଳ ଥିବା ଜଳ କଷ୍ଟ କୁ ସୁଧାରିବାକୁ ଅଚଳ ନଳକୂପ, ଖୋଲା କୁଅଁ, ଷ୍ଟାଣ୍ଡ ପୋଷ୍ଟ, ଆଦି ଗୁଡିକ ତୁରନ୍ତ ମରାମତି କରିବା । ଆବଶ୍ୟକ ଗ୍ରାମ ରେ ତୁରନ୍ତ ନୂତନ ନଳକୂଅ ଏବଂ ସୋଲାର ନଳକୂପ ନିର୍ମାଣ କରି ପ୍ରତି ଗ୍ରାମ କୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ନିମନ୍ତେ ମହିଳା ଜୀବିକା ସୁରକ୍ଷା ଲୋକ ସଂଗଠନ ଘୁ. ଉଦୟଗିରି ପକ୍ଷରୁ ଦୃଢ ଦାବୀ କରିଛି ।
    ଏହା ସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ମଧ୍ୟ୍ୟ ଆବଶ୍ୟକ ଭିତ୍ତି ଭୂମି ନଥିବାରୁ ଛୋଟ ଛୋଟ ପିଲାମାନେ ନାହିଁ ନ ଥିବା ସମସ୍ୟାର  ଶିକାର ହେଉଛନ୍ତି । ଆଜିର ଏହି ଦାବୀ ପତ୍ର ଦେବା କାର୍ଯ୍ୟକ୍ରମ ରେ ଘୁ. ଉଦୟଗିରି ବ୍ଲକର 08 ଗୋଟି ଗ୍ରାମ ପଞ୍ଚାୟତ ର ମାଆ ମାନେ ଏବଂ ସଂଗଠନର ବ୍ଲକ ସଂଜଜିକା ଶ୍ରୀମତୀ ସସ୍ମିତା ମଲ୍ଲିକ ଏବଂ  ବ୍ଲକ ସଭାନେତ୍ରୀ କମଳା ସାହୁ ଜନସାଥି କୃତାଞ୍ଜଳି ନାୟକ, କମିଟି ସଦସ୍ୟ  ବିଳାସିନୀ ପ୍ରଧାନ, ଶିବାନୀ ପ୍ରଧାନ, ଜେମାଡେଇ ଦଳବେହେରା ଏବଂ ଝୁଲଣା ପ୍ରଧାନ ବ୍ଲକର ଅନେକ ମାଆ ମାନେ ଯୋଗ ଦେଇଥିଲେ। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୨/୨/୨୦୨୩---୮,୧୦ Sakhigopal News,22/2/2023

Blog Archive

Popular Posts