ଐତିହ୍ୟ ପ୍ରକଳ୍ପ ଉଦଘାଟନ ସ୍ଥଳକୁ ପରିଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ
ସାକ୍ଷୀଗୋପାଳ ---- ଆସନ୍ତା ୨୩ ତାରିଖରେ ମୁଖ୍ଯମନ୍ତ୍ରୀ ସତ୍ଯବାଦୀ ବ୍ଳକ ଅନ୍ତର୍ଗତ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପକୁ ଲୋକାର୍ପଣ କରିବେ । ଏହାକୁ ନେଇ ଗୁରୁବାର ବିଜେଡି ଦଳୀୟ ସଙ୍ଗଠନ ସମ୍ପାଦକ ପ୍ରଣବ କୁମାର ଦାସ ଐତିହ୍ୟ ଗ୍ରାମ ରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ହେଲିକପ୍ଟର ଅବତରଣ କରିବା ସ୍ଥାନ, ବିପୁଳ ଜନସାଗମକୁ ଦ୍ରୁଷ୍ଟିରେ ରଖି ସଭା ସ୍ଥଳ ପରିଦର୍ଶନ କରିଥିଲେ । ବିଧାୟକ ଉମାକାନ୍ତ ସାମନ୍ତରାୟ, ପଞ୍ଚାୟତ ସମିତି ଅଧ୍ଯକ୍ଷ ସୁନିଲ କୁମାର ପଣ୍ଡା ଓ ସତ୍ଯବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହ ପ୍ରମୁଖ ଙ୍କ ସହିତ ଶ୍ରୀ ଦାସ ସଂଗ୍ରହାଳୟ ପରିସରର, ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ଜନ୍ମପୀଠ ଆଦି ପରିଦର୍ଶନ କରିଥିଲେ । ଜନଗହଳି କୁ ଦ୍ରୁଷ୍ଟିରେ ରଖି ସୁଆଣ୍ଡୋ ଗ୍ରାମକୁ ମୁଖ୍ଯମନ୍ତ୍ରୀ ଗସ୍ତ ଆଗରୁ ଯାନବାହାନ ବନ୍ଦ କରାଯିବ । ସେଥିପାଇଁ ଚନ୍ଦନ ପୁର ବ୍ରାଞ୍ଚ କେନାଲ ବନ୍ଧ ରୁ ୩୦ ଫୁଟ ଓସାର ର ବାଇପାସ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି । ସେହି ରାସ୍ତା ପାର୍ଶ୍ୱ ରେ କାର, ବାଇକ ଗୁଡିକ ପାର୍କିଂ କରାଯିବ । ବସ ଗୁଡିକ ବିଦ୍ଯାଧରପୁର ପଞ୍ଚାୟତ ଅଫିସ ପାଖରେ ରହିବାକୁ ସ୍ଥିର କରାଯାଇଛି । ସଭା ସ୍ଥଳରେ ୧୦ ହଜାର ଚୌକି ପକାଯିବ । ସୁଆଣ୍ଡୋ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ସ୍ମୁତି ରକ୍ଷା ସହିତ ଗବେଷକ, ସାହିତ୍ୟିକ ମାନଙ୍କ ପାଇଁ ଗୋଟିଏ ଜ୍ଞାନ ମନ୍ଦିର ହୋଇ ସମାଜକୁ ଅନୁପ୍ରାଣିତ କରିପାରିବ ବୋଲି ଶ୍ରୀ ଦାସ କହିଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୨/୨୦୨୩---୯,୧୫ Sakhigopal News,16/2/2023