Breaking News

ବାଇକ୍ ଚୋରି ଘଟଣାରେ , ଅଭିଯୁକ୍ତଙ୍କ ଘର ଆଗରେ ନୋଟିସ ମାରିଲା ଝାଡ଼ଖଣ୍ଡ ପୋଲିସ



 ଭଞ୍ଜନଗର - ଗାଁ ରେ ପହଞ୍ଚିଲା ଝାଡ଼ଖଣ୍ଡ ପୋଲିସ । ବାଇକ୍ ଚୋରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରେ ଆଗରେ ଲଗାଇଲା ହାଜର୍ ନୋଟିସ । ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଉଲୁଦଣ୍ଡ ଗ୍ରାମରେ ନଜରକୁ ଆସିଛି ଏଭଳି ଘଟଣା ।  ଗାଁ ର ଜଗନ୍ନାଥ ରଣାଙ୍କ ଘରେ , ତାରସିଂ ପୁଲିସ ସହାୟତାରେ ଝାଡଖଣ୍ଡ ପୁଲିସ ଏଭଳି ନୋଟିସ ଲଗାଇଛି । ତାରସିଂ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ ଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ , ଝାଡଖଣ୍ଡ ରାଜ୍ୟର ସିମଡିଗା ଜିଲ୍ଲାର ବାମ ଥାନା ଅଞ୍ଚଳରେ ଗତ ୬.୩.୨୦୧୮ରେ ଏକ ବାଇକ୍ ଚୋରି ହୋଇଥିଲା । ଏହି ଘଟଣାରେ ସେଠାରେ ରହୁଥିବା  ଜଗନ୍ନାଥ ରଣା ବାଇକ୍ ଚୋରି କରିଥିବା ନେଇ ବାମ ଥାନାରେ ଅଭିଯୋଗ  ହେଇଥିଲା ।ସେହି ଦିନ ଠାରୁ ଜଗନ୍ନାଥ ରଣା ରହୁଥିବା ସ୍ଥାନରୁ ଫେରାର ହେଇଥିଲା । ଜଗନ୍ନାଥ ରଣାକୁ ଧରିବା ପାଇଁ ଝାଡଖଣ୍ଡ ପୁଲିସ  ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।  ତଥାପି ଫେରାର ଥିବା  ଜଗନ୍ନାଥ ରଣା ର କୌଣସି ପତ୍ତା ପାଇନଥିଲା ପୋଲିସ । ଶନିବାର ଦିନ ଝାଡଖଣ୍ଡ ପୁଲିସ  ତାରସିଂ ଥାନା କୁ ଆସି , ଥାନାଧିକାରୀ ଙ୍କ ସହାୟତା ରେ  ଉଲୁଦଣ୍ଡ ଗାଁ ର ଜଗନ୍ନାଥ ରଣାଙ୍କ ଘରକୁ ଯାଇ ନୋଟିସ ମାରିଥିଲେ । ଆସନ୍ତା ୧୫.୩.୨୦୨୩ ସୁଦ୍ଧା ଜଗନ୍ନାଥ ରଣା ଯଦି  ଝାଡ଼ଖଣ୍ଡ ର ବାମ ଥାନାରେ  ହାଜର ନହୁଅନ୍ତି , ତାହା ହେଲେ ତାଙ୍କର ସମସ୍ତ ସମ୍ପତ୍ତିକୁ ବାଯ୍ୟାପ୍ତ କରାଯିବ ବୋଲି ସତର୍କ କରାଇ ଦିଆଯାଇଥିବା  ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ସମତି କୁମାର ରାଉତ କହିଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୨/୨୦୨୩----୯,୪୫ Sakhigopal News,11/2/2023

Blog Archive

Popular Posts