Breaking News

ପୁଅର ଏକୋଇଶିଆ ରେ ବାପା ଲଗାଇଲେ ବୃକ୍ଷ



ଡେଲାଙ୍ଗ :ପୁତ୍ର ସନ୍ତାନର ଏକୋଇଶିଆରେ ବାପା ଲଗାଇଲେ ବୃକ୍ଷ। ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଦିବସ ରେ ଜନ୍ମ ହୋଇଥିବା ହୃଷୀକେଶ ପାଢୀ ଙ୍କ ଶିଶୁପୁତ୍ରଙ୍କର ଆଜି ଏକୋଇଶିଆ ପାଳନ କରାଯାଇଛି।  ପୁଅର ଏକୋଇଶିଆ ରେ ଚାରା ରୋପଣ ଓ ବୃକ୍ଷକୁ ଜଳଦାନ ଦ୍ୱାରା ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ପରିବେଶପ୍ରେମୀ ପିତା ହୃଷୀକେଶ | ପ୍ରତ୍ୟୁଷରୁ ଗ୍ରାମର ଦେବଦେବୀ ଙ୍କୁ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଗ୍ରାମର ଆରାଧ୍ୟ ଇଶାନେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ପୁତ୍ର ଜନ୍ମସ୍ମୃତି ଅବସରରେ ବକୁଳ ବୃକ୍ଷ, ଅଁଳା ବୃକ୍ଷ ରୋପଣ କରାଯାଇ ଜନସଚେତନତା ସୃଷ୍ଟି କରିଛନ୍ତି |ଏହିକାର୍ୟ୍ଯକ୍ରମ ରେ ପୂର୍ଵତନ ୱାର୍ଡ ସଭ୍ୟା ତଥା ଧର୍ମପରାୟଣା ମହିଳା ଜାନକୀ ପାଢ଼ୀ, ୱାର୍ଡ ସଭ୍ୟ ଉପେନ୍ଦ୍ର ପରିଡା, ଆଶାକର୍ମୀ ହୁଲାସିନୀ ଦାସ, ମନ୍ଦିର ପୂଜକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ  | ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୨/୨୦୨୩---୧୧,୨୫ Sakhigopal News,13/2/2023

Blog Archive

Popular Posts