Breaking News

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ :ହସ୍ପିଟାଲରେ ଭର୍ତ୍ତି



ଜଟଣୀ --- ଜଟଣୀ ଥାନା ଗୋପବନ୍ଧୁ ନଗର ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି |ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି |ଘଟଣା ଅନୁସାରେ ଜଟଣୀ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତାରେ ଅପରାହ୍ନ ରେ ଗୋପବନ୍ଧୁ ନଗର ର ସୁଶାନ୍ତ ବେହେରା ନାମକ ଜଣେ ଯୁବକଙ୍କୁ ୩ ଦୁର୍ବୁତ୍ତ ମରଣାସ୍ତ୍ର ରେ ଆକ୍ରମଣ କରିଥିଲେ |ଆକ୍ରମଣ ରେ ସୁଶାନ୍ତଙ୍କ ର ମୁଣ୍ଡ, ହାତ, ଗୋଡ଼ ଆଦି ସ୍ଥାନରେ ଆଘାତ ଲାଗି ଗୁରୁତର ଆହତ ହୋଇଥିବା ଜଣାପଡିଛି |ଆହତଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି |ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୬/୨/୨୦୨୩----୯,୪୫  Sakhigopal News,16/2/2023

Blog Archive

Popular Posts