୧୮ତମ ବକୁଳବନ ମହୋତ୍ସବ ଅନୁଷ୍ଠିତ ; ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧିତ
ସାକ୍ଷୀଗୋପାଳ---- ଗୋପବନ୍ଧୁ ସେବାସଂଘ ଆନୁକୁଲ୍ୟରେ ୧୮ ତମ ବକୁଳବନ ମୋହତ୍ସବ ପଞ୍ଚସଖା ସ୍ମୃତି ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନେ ପଞ୍ଚସଖାଙ୍କ ପ୍ରତିମୂତ୍ତିରେ ମାଲ୍ୟର୍ପଣ କରିଥିଲେ । ବକୁଳବନ ମହୋତ୍ସବର ସମ୍ପାଦକ ଯଯାତି କେଶରୀ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠନର ସଭାପତି ସାଧୁଚରଣ ବେହେରା ମହୋତ୍ସବ ସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ଭାବେ କବି ତଥା ପୂର୍ବତନ ସାଂସଦ ଡ, ପ୍ରସନ୍ନ ପାଟ୍ଟଣାଣୀ, ଡ, ପ୍ରତିଭା ମହାରଥୀ , ବକୁଳବନ ମହୋତ୍ସରର ଉପଦେଷ୍ଟା ତଥା କବି ସଚ୍ଚିକାନ୍ତ ବିଶ୍ୱାଳ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, କବି ରାଜକିଶୋର ସ୍ୱାଇଁ, ପୁରୀ ଇ-୨୪ ମେଡିକାଲର ଏମଡି ରାକେଶ କୁମାର ମିଶ୍ର, ପ୍ରଫେସର ଶରତ ଚନ୍ଦ୍ର ରଥ ପମୁଖ ଯୋଗ ଦେଇ ପଞ୍ଚସଖାଙ୍କ ସ୍ମୃତି ଗାନ କରିଥିଲେ । ସେହିପରି ବକୁଳବନ ର ସୁରକ୍ଷା ବହୁ ଶିଘ୍ର ରାଜ୍ୟ ସରକାର ନେଉଛନ୍ତି ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟିସଚ୍ଚିବ ସମସ୍ତ ପ୍ଳାନ ଓ ଯୋଜନା ବକୁଳବନ ସହିତ ସାକ୍ଷୀଗୋପିନାଥ ମନ୍ଦିରର ଉନ୍ନତି ପାଇଁ ବ୍ଳକୁ ପିଣ୍ଟି ପ୍ରସ୍ତୁତ ସରିଯାଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ । ଏପରିକି ଡ.ପ୍ରତିଭା ମହାରଥୀ କହିଥିଲେ ଏକ କମିଟି ଗଠନ କରାଯାଇ ମୁଖୁମନ୍ତ୍ୀଙ୍କୁ ଭେଟି ବକୁଳବନ ମହୋତ୍ସବକୁ ସରସ ସୁନ୍ଦର କରିବା ସହିତ ବକୁଳବନରେ ସେହି ବଉଳ, ଛୁରିଆନା, ଛ୍ତିଆଆମ୍ବ ପଣସ ଗଛ ଲଗାଇବା ପାଇଁ ପ୍ରସ୍ତାବ ଦେବାକୁ ର୍ଡ ମହାରଥୀ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବକଳବନ ବାର୍ତ୍ତା ପୁସ୍ତକ ଓ ସଚ୍ଚିକାନ୍ତ ବିଶ୍ୱାଳଙ୍କ ଦ୍ୱାରା ରଚିତ ପୁସ୍ତକ ପ୍ରଣାମ ପଞ୍ଚସଖା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବକୁଳବନ ମହୋତ୍ସବ କମିଟର ଉପସଭାପତି ଲକ୍ଷ୍ମୀପ୍ରସାଦ ପାଣି । ଉପେନ୍ଦ୍ର ବିଶ୍ୱାଳ, ନିଳିମା ରଥ, ମାନସ ରାଉତ, ବିହାରୀ ବିଶ୍ୱାଳ, ବେଦଦ୍ୟୁତ ସାମନ୍ତରାୟ, ସୁଜତା ଦେବୀ ବିଶାଖା ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୨/୨୦୨୩---୭.୧୦ Sakhigopal News, 27/2/2023