Breaking News

ଭୂମୀପୂଜନ ସହ ବୃକ୍ଷରୋପଣ ଓ ବୃକ୍ଷପୂଜା କଲେ ହୃଷୀକେଶ



ଡେଲାଙ୍ଗ :ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ  ୱାରଲେସ ମୁଣ୍ଡିଆ ତଳ କୁମୁକା ଲଟା ପାଖରେ ଏ. ପି. ବି. ବୟୋଏନର୍ଜି ର ଭୂମୀପୂଜନ  ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପରିବେଶପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ପୁରୋହିତ ସାଜି ଭୂମୀ ପୂଜନ କରିଥିଲେ | ଏହି ଅବସରରେ ଶ୍ରୀ ପାଢ଼ୀ ଭୂମୀପୂଜନ ସହ ବୃକ୍ଷ ଦେବତାଙ୍କୁ  ପ୍ରଥମେ ପୂଜାର୍ଚ୍ଚନା କରି ବୃକ୍ଷପ୍ରତି ଆକୃଷ୍ଟ ହେବାପାଇଁ ଜନସଚେତନତା ସୃଷ୍ଟି କରି ଉପସ୍ଥିତ ଜନତା ଙ୍କ ପ୍ରିୟଭାଜନ ହୋଇଥିଲେ  |ପରେ  ପରେ ପରିବେଶ ସୁରକ୍ଷା ତଥା ବିଶ୍ୱ ତାପୟନ ରୁ ମୁକ୍ତି ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ସ୍ଲୋଗାନ ଦେବାସହ ବୃକ୍ଷରୋପଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମନୋରଞ୍ଜନ ହରିଚନ୍ଦନ, ବିଜୟ ସାମନ୍ତରାୟ, କାଳିଆ ବରାଳ, ଧ୍ରୁବ ସାମନ୍ତରାୟ, ଜିତେନ୍ଦ୍ର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ  | ଶ୍ରୀ ପାଢ଼ୀଙ୍କର ଏତାଦୃଶ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ସାଧାରଣରେ ଚର୍ଚ୍ଚାର  ପାଲଟିଛି 
| ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୨/୨୦୨୩---୯,୧୫ Sakhigopal News,,16/2/2023

Blog Archive

Popular Posts