Breaking News

ସତ୍ୟବାଦୀ ମହୋତ୍ସବର ଶେଷ ସନ୍ଧ୍ୟା, ଓଲିଉଡ ସଂଗୀତ ସହିତ ଆତସବାଜିରେ କମ୍ପିଲା ମହୋତ୍ସବ ପଡିଆ




  ସାକ୍ଷୀଗୋପାଳ--  ରବିବାର ଥିଲା ସତ୍ୟବାଦୀ ମହୋତ୍ସବ ଶେଷ ସନ୍ଧ୍ୟା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟୁ, ଓଲିଉଡ ଧମାକା ସହିତ ଆତସବାଜି ପ୍ରଦର୍ଶନୀରେ ମହୋତ୍ସବ ପଡିଆ ଚମକି ଉଠିଥିଲା । ରଙ୍ଗ ବେରଙ୍ଗର ଆତସବାଜି ବେଶ ଲୋକମାନଙ୍କ ମନକୁ ଛୁଇଁଥିଲା ।  ବିଶେଷ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ମହୋତ୍ସବ ପଡିଆରେ ପରିବାର ନେଇ ଲୋକମାନେ  ସଂଗୀତ ସାଙ୍ଗକୁ ଫାଷ୍ଟଫୁଡର ବେଶ ମଜା ଉଠାଇଥିଲେ । ଏପରିକି ଓଲିଉଡ ଧମକା ସହିତ ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ପକ୍ଷରୁ ସମ୍ବଲପୁରୀ, ଓଡିଶୀ, ଛଉନୃତ୍ୟୁ ଆଦି ପରିବେଷଣ କରାଯାଇଥିଲା ।  ଓଡିଆ ପିଲ୍ମର ହିରୋ ସମରେଶ ରାଉତରାୟ ମହୋତ୍ସରେ ଯୋଗଦେଇ ତାଙ୍କର ଓଡିଆ ଫିଲ୍ମ ନିୟତି ପ୍ରମୋଶନ କରିଥିଲେ । ଅନୁଷ୍ଠାନ ପକ୍ଷରୁ  ବିଭିନ୍ନ ବର୍ଗର ଲୋକମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା  । ଅନ୍ୟତମ ଅତିଥି ଭାବେ  ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ,  ସତ୍ୟବାଦୀର ବିଜେପିର ଯୁବ ନେତା ଓମ ପ୍ରକାଶ ମିଶ୍ର , ମହୋତ୍ସବ କମିଟିର ସଭାପତି ଜାନକୀ ବଲ୍ଳଭ ମିଶ୍ର, ସମ୍ପାଦକ ଜାନକୀ ବଲ୍ଳଭ ବରାଳ , ସଂଯୋଜକ ଦୀପକ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦଯାପିତ କରିଥିଲେ । ଆଇନଜୀବୀ ଅଞ୍ଜନ କୁମାର ହୋତା ସଭା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ  ପଞ୍ଚସଖା ପଡିଆ ଜନଗହଳି ଲାଗି ରହିଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୩----୧୨,୪୦  Sakhigopal News, 13/2/2023

Blog Archive

Popular Posts