Breaking News

ପଦନ ପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ



ଜଟଣୀ --ଜଟଣୀ ବ୍ଲକ ଅନ୍ତର୍ଗତ ପଦନ ପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକୀ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି l  ଚଳିତ ବର୍ଷ ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କ ମିଳିତ ସହଯୋଗରେ ମହା ଆଡମ୍ବରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଗ୍ରାମର ସରପଞ୍ଚ ସୁଶ୍ରୀ ଅହଲ୍ୟା ନାୟକ ଉଦବୋଧନରେ ସେ ଜଣେ ସେହି ବିଦ୍ୟାଳୟର ପୁରାତନ ଛାତ୍ରୀ ଥିଲେ l ସେ ଆଜି ନିଜ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ରୂପେ ସମ୍ମାନିତ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରିଥିଲେ l ଆଗକୁ ଏହି ବିଦ୍ୟାଳୟର ଉନ୍ନତି ପାଇଁ ସେ ପ୍ରଚେଷ୍ଟା ଜାରି ରଖିବେ ବୋଲି ସଭାରେ ପ୍ରତିଶୃତି ପ୍ରଦାନ କରିଥିଲେ l ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ମଞ୍ଚାସିନ ସମସ୍ତ ଅତିଥି ଦୁଃଖ ପ୍ରକାଶ କରିଥିଲେ l ମାତ୍ର ଭିତ୍ତିଭୂମିକୁ ଲକ୍ଷ କଲେ ଶିକ୍ଷକ ପଦବୀର ପୂରଣର ନିତ୍ୟାନ୍ତ ଆବଶ୍ୟକତା ରହିଛି l ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ପରିବେଷଣ କରାଯାଇଥିଲା l ବିଭିନ୍ନ ଖେଳରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜଟଣୀ ବ୍ଲକ ଅଧକ୍ଷ ଜୟନ୍ତୀ ଛୋଟରାୟ, ମୁଖ୍ୟ ବକ୍ତା ଜଟଣୀ ବିଇଓ ରଶ୍ମିବାଳା ପରିଡା, ସମ୍ମାନିତ ଅତିଥି ରୂପେ ଜଟଣୀ ତହସିଲଦାର ମହୋଦୟା ରୁମାନୀ ଜାଫ୍ରି ପ୍ରମୁଖ ଯୋଗ ଦେଇଥିଲେ l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୧/୨/୨୦୨୩----୯,୩୫ Sakhigopal News,21/2/2023

Blog Archive

Popular Posts