Breaking News

ଅରଖକୁଦା ଗାଁ ରେ ଗୋଷ୍ଠୀ ସଂଘର୍ଷ ରେ ଛଅ ଗୋଟି ବିପନ୍ନ ପରିବାରଙ୍କୁ ଗୂଞ୍ଜ ଅନୁଷ୍ଠାନ ପକ୍ଷରୁ ସହାୟତା ପ୍ରଦାନ

Aid provided by Gunj Institute to six families affected by tribal conflict in Arkhakuda village
ଅରଖକୁଦା , ବ୍ରହ୍ମଗିରି ----ଗତ 4/8/22 ରେ ଘଟିଥିବା ଅରଖକୁଦା ଗାଁ ରେ ଗୋଷ୍ଠୀ ସଂଘର୍ଷ ରେ ଛଅ ଗୋଟି ପରିବାର ର ବାସଗୃହ ସମ୍ପୂର୍ଣ ଭାବରେ ମାଟିରେ ମିଶିଯାଇଛି । ମୁଣ୍ଡ ଗୁଞ୍ଜିବାକୁ ଉପରେ ବତା ଖଣ୍ଡେ ବି ନାହିଁ । ବର୍ଷା ଦିନ ଗାଁ ରେ ରହିବା କେତେଜେ କଷ୍ଟ ତାହା ଦେଖିଲେ ହିଁ ଜାଣିପାରି ହେବ । ଆଜି ଗୂଞ୍ଜ ଓଡିଶା ମୁଖ୍ୟ ସୁରେଶ କୁମାର ସହ ଟିମ ଅଜିତ ଯାଦବ , ଅଶୋକ ବେହେରା, ସମାଜସେବୀ ଉମା ମହାନ୍ତି, ଵିଷ୍ଣୁ ଅପା,ମଳୟ ବେହେରା ଓ ସ୍ଥାନୀୟ ସରପଞ୍ଚ ସୁମିତ୍ରା ବେହେରା ଙ୍କ ଉପସ୍ଥିତି ରେ ପଞ୍ଚାୟତ ଅଫିସ ଠାରେ ପ୍ରତେକ ପରିବାରକୁ ଦୁଇଟି ପାଲ,ଦୁଇଟି ବାଲ୍ଟି , ଦୁଇଟି ମଗ, ଗୋଟିଏ ସୋଲାର ଲାଇଟ ସହ ଗୋଟିଏ ଲେଖାଏ ଗୂଞ୍ଜ କୀଟ ପ୍ରଦାନ କରାଯାଇଛି । ଏହାପରେ ପୀଡିତା ମାନେ ଦୁଃଖରେ ମ୍ରିୟମାଣ ଥାଇ ଖୁସିରେ କାନ୍ଦି ଗୂଞ୍ଜ ନିଜର ଭାବି ପ୍ରଥମେ ଆସି ପହଁଞ୍ଚି ଥିବାରୁ ଗୂଞ୍ଜ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୮/୨୦୨୨----- Sakhigopal News,8/8/2022

Blog Archive

Popular Posts