Breaking News

ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲରେ ଘାଇ ; ଶହ ଶହ ହେକ୍ଟର ଧାନଜମି ଜଳମଗ୍ନ

Shishtikopal branch canal; Hundreds of hectares of farmland are submerged.

       
ସାକ୍ଷୀଗୋପାଳ,-----: ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲରେ  ଲଗାଣ ବର୍ଷାରେ ଏକ ଘାଇ ହୋଇ ଯାଇଛି । ପ୍ରାୟ  ଶହ ଶହ ହେକ୍ଟର ଧାନଜମି ଜଳମଗ୍ନ ହୋଇଯାଇଥିବା ଜଣାପଡ଼ିଛି । ପୁରୀଜିଲା ସାକ୍ଷୀଗୋପାଳ ବ୍ରାଞ୍ଚ କେନାଲର ରାୟଚକ୍ରଧରପୁର ଗ୍ରାମ ପଟକୁ କେନାଲ ବନ୍ଧରେ ଏକ ଗଧିଆ ପଡ଼ିଥିଲା । ଯେ ହେତୁ ବର୍ଷା ନ ଥିବାରୁ ଚାଷୀମାନଙ୍କର ଡିମାଣ୍ଡି ଅନୁଯାୟୀ କେନାଲ ରେ ଟିକେ ଅଧିକ ପାଣି ଛଡାଯାଇଥିଲା । ମାତ୍ର ବାଲିଆ ମାଟି ଯୋଗୁଁ ଗଳିଆ ପଡ଼ିଥିଲା । ଗଳିଆକୁ ରୋକିବା ସମୟରେ ଲଘୁଚାପ ଜନିତ ବର୍ଷା ଯୋଗୁ କେନାଲ ବନ୍ଦରେ ଘାଇ ସୃଷ୍ଟି ହୋଇଥିଲା ।   ଏଥିଯୋଗୁ ସାରଙ୍ଗ ଯୋଡି ପଞ୍ଚାୟତ ର   ହାଟସାହି, ବାଲିସାହି ପାଟଣା, ମୁଦୁଲିସାହି, ରାୟଚକ୍ରଧରପୁର, ବିଶ୍ୱନାଥ ପୁର ପଞ୍ଚାୟତ ର ଛମାଣ ସାହି, ବାଲିସାହି ପାଟଣା ଓ ଠାକୁରମା ପାଟଣା ପ୍ରଭ୍ରୁତି ଗ୍ରାମର ଧାନଜମି ଜଳମଗ୍ନ ହୋଇଛି। ଚାଷୀମାନେ ସ୍ୱଳ୍ପ ବର୍ଷାପାଣିରେ ଯେତିକି ଧାନ ରୋଇଥିଲେ ତାହା ସବୁ ପାଣିରେ  ବୁଡିଯାଇଥିବା ଜଣାପଡିଛି । ପାଣି ଛାଡିବାପରେ ଧାନଗଛ ପଚିଯିବାର ସମ୍ଭାବନା ରହିଛି ବୋଲି ଚାଷୀମାନେ କହୁଛନ୍ତି  । ସ୍ଥାନୀୟ ସରପଞ୍ଚ ଜ୍ୟୋତିର୍ମୟୀ ରଥ ଓ ସାକ୍ଷୀଗୋପାଳ ଜଳସଂପଦ ବିଭାଗ ଉପଖଣ୍ଡ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି  । ଘାଇ ସୃଷ୍ଟି ହୋଇଥିବା ବନ୍ଧରେ ଯୁଦ୍ଧକାଳୀନ ମଧ୍ୟରେ ବାଲିବସ୍ତା ଦିଆଯାଇ ଗରିଆ ଭୁଜା ଯାଇଛି ବୋଲି  ସାକ୍ଷୀଗୋପାଳ ଜଳସଂପଦ ବିଭାଗ ଉପଖଣ୍ଡ ଅଧିକାରୀ ପ୍ରଦିପ ପାତ୍ର ଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୮/୨୦୨୨----୬,୧୦      Sakhigopal News,8/8/2022

Blog Archive

Popular Posts