Breaking News

ଅନ୍ତର୍ଜାତୀୟ ହସ୍ତୀ ଦିବସ ପାଳିତ

Celebrate International Elephant Day.

ଭଞ୍ଜନଗର :-ଏଠାରୁ ପ୍ରାୟ ତିନି କିଲୋମିଟର ଦୂର ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ କୋଦଣ୍ଡା ଠାରେ ହାତୀ ଦିବସ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର କୃତିବାସ ବିଶ୍ୱାଳ, ଶିକ୍ଷକ ନେତା ତଥା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା ଓ ଅବୈତନିକ ପ୍ରାଣୀସୁରକ୍ଷା ଅଧିକାରୀ ତଥା ଅବସରପ୍ରାପ୍ତ ବନ ବିଭାଗ କର୍ମଚାରୀ, ସମାଜସେବୀ ଶୂଳପାଣି ଶତପଥି ଯୋଗଦେଇ ପ୍ରାଣୀଜଗତ ସହ ହାତୀର ସମ୍ପର୍କ ଉପରେ ଆଲୋଚନା କରିଥିଲେ । ପଶୁ ପକ୍ଷୀ ସନ୍ତୁଳନ, ହାତୀ ଉପରେ ଲୋକଙ୍କ ଭାବନା ସହ କିଛି ପୌରାଣିକ ତଥ୍ୟ  ରଖିଥିଲେ । ଏହିଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ରୁ ଟପର ହୋଇଥିବା ଦୁଇ ଜଣ ହୃଷିକେଶ ମହାରଣା ଓ ଶୁଭଶ୍ରୀ ବିଷୋୟୀ ଙ୍କୁ ଅତିଥି ମାନେ ଉପହାର, ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ରାଜଶ୍ରୀ ପଟ୍ଟନାୟକ, ଗୀତାଞ୍ଜଳି ମଲ୍ଲିକ, ପୁଷ୍ପାଞ୍ଜଳି ସ୍ୱାଇଁ, ରାଜଲକ୍ଷ୍ମୀ ସାହୁ, ମନୋରଞ୍ଜନ ପଣ୍ଡା, ଗଣେଶ ପଣ୍ଡା, ସlଜନ ସ୍ୱାଇଁ, ଶରତ ଚନ୍ଦ୍ର ବେହେରା, ବାଳକୃଷ୍ଣ ପାତ୍ର, ନିର୍ମଳ ସ୍ୱାଇଁ, ବାହାନ ପାତ୍ର ସହଯୋଗ କରିଥିଲେ । କାର୍ଯ୍ୟକ୍ରମ କୁ ବନବିଭାଗ ତରଫରୁ ଆର.କିରଣ ଶୋଭା, ମନୋଜ କୁମାର ସ୍ୱାଇଁ ପରିଚାଳନା କରିଥିଲେ । ଓଁ ଶାନ୍ତି ତରଫରୁ ଛାତ୍ର, ଛାତ୍ରୀ ଓ଼ କର୍ମଚାରୀ ମାନଙ୍କୁ ରାଖୀ ବନ୍ଧନ ସହ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଶେଷରେ ଶୂଳପାଣି ଶତପଥି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୨-----୮,୪୦   Sakhigopal News,12/8/2022

Blog Archive