Breaking News

ଆନ୍ତର୍ଜାତିକ ଯୁବ ଦିବସ ପାଳିତ

International Youth Day is celebrated.

ଭଞ୍ଜନଗର-- କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜ଼ିଲ୍ଲା ଏଡ଼ସ ନିୟନ୍ତ୍ରଣ ସମିତି ତରଫରୁ ଆନ୍ତଃମହାବିଦ୍ୟାଳୟ ସ୍ତରୀୟ ଆନ୍ତ ର୍ଜାତିକ ଯୁବ ଦିବସ ପାଳିତ ହୋଇଯାଇଛି |ଏଥିରେ ଆସିକା ବିଜ୍ଞାନ ମହାବିଦ୍ୟାଳୟ, କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ, ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ, କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟଏବଂ କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୁବରେଡ କ୍ରସ ଏବଂ ରେଡ ରିବ୍ବନ କ୍ଲବର ଶତାଧିକ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏଥିରେ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅଥିତି ରୂପେ ଘୁମୁସର ଉତ୍ତର ବନ ଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଯୋଗ ଦେଇ ଯୁବ ବର୍ଗଙ୍କୁ କର୍ମ ତତ୍ୱର ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିରୂପେ ଜ଼ିଲ୍ଲା ଏଡ଼ସ ନିୟନ୍ତ୍ରଣ ସମିତି ସଂଯୋଜକ ହେମନ୍ତ କୁମାର ଦାଶ, ଜ଼ିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ସମିତିର ସଂଯୋଜକ ବିଦେଶୀ ଜେନା, ଉତ୍ତର ଘୁମୁସର ବନ୍ୟ ପ୍ରାଣୀ ଅବୈତନିକ ତତ୍ୱାବଧାରକ ଶୁଳପାଣି ଶତପଥୀ, କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମାର ବେହେରା, ଜ଼ିଲ୍ଲା ପରିଷଦ ସଭ୍ୟ ସୁଧୀର ଜେନା, କ୍ଷତ୍ରିୟବରପୁର ଗ୍ରାମ ପଂଚାୟତ ସରପଞ୍ଚ କମଳ କୁମାରୀ ପ୍ରଧାନ ଯୋଗ ଦେଇଥିଲେ ।ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ବାଗତ ଭାଷଣ ଦେଇଥିଲାବେଳେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ଼ ପ୍ରତିଯୋଗିତା ହୋଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦୁପଦର ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଉପଦେଷ୍ଟା ହରିଶଙ୍କର ପାଣ୍ଡେ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ରଶ୍ମିତା ବେହେରା, ଆସିକା ବିଜ୍ଞାନ ମହାବିଦ୍ୟାଳୟର ରାଜେଶ କୁମାର ଦାଶ ପ୍ରମୁଖ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ଦେବେଶ ଚନ୍ଦ୍ର ମହାପାତ୍ର, ସ୍ନିଗ୍ଧା ରାଣୀ ଗୌଡ଼, ସନ୍ତୋଷିନୀ ପରିଡା ପିଙ୍କି ପଲାଇ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୨---୮,୪୦ Sakhigopal News,12/8/2022

Blog Archive