Breaking News

ସମାଜ ସେବା ପାଇଁ ଜୀବନ ବ୍ୟାପି ସାଧନା ପୁରଷ୍କାର ପାଇଲେ ସତ୍ୟବାଦୀର ପୁଅ ରବୀନ୍ଦ୍ର ଷଡଙ୍ଗୀ

 


ସାକ୍ଷୀଗୋପାଳ ----ଆଇ କାନ ଫାଉଣ୍ଡେସନ ପକ୍ଷରୁ ହରିଆଣର ଗୁରୁଗ୍ରାମ ନିକଟସ୍ଥ ଦି ଲିଲା ଆମ୍ବଏନ୍ସି ହୋଟୋଲ ପରିସରରେ ଓଡିଶା ପୁରୀ ଜିଲ୍ଲାର ସତ୍ୟବାଦୀର ପୁଅ ରବୀନ୍ଦ ନାଥ ଷଡଙ୍ଗୀଙ୍କୁ  ସମାଜ ସେବା ପାଇଁ ଜୀବନ ବ୍ୟାପି ସାଧନାରେ ସମ୍ମାନିତ ହୋଇଛନ୍ତି । ଅଗଷ୍ଟ୧୫ ତାରିଖରେ ଅମୃତ ମହୋତ୍ସବରେ ଏହି ସମ୍ମାନରେ ଶ୍ର ଷଡଙ୍ଗୀଙ୍କୁ ସମ୍ମାନୀତ କରାଯାଇଛି । ମୁଖ୍ୟ ଅତିଥି ଭାବେ ଅଭିନେତା ସୁରେନ୍ଦ୍ର ପାଲ, ହରିଆଣର ବିଧାୟକ ସତ୍ୟବ ପ୍ରକାଶ ଜରଭତା, ଅବସର ପ୍ରଶାସନିକଏସ, କେ, ନନ୍ଦ, ପରମେଶ୍ୱର ବାଲି , ଡକ୍ଟର ଜିତୁଲାଲ ମିନା ଯୋଗଦେଇଥିଲେ ।ଆଇ କାନ ଫାଉଣ୍ଡେସନର ପ୍ରତିଷ୍ଠାତା ଗୌରବ ଗୌତମ କରଙ୍କ ଅଧ୍ୟକ୍ଷତାରେ ସମ୍ମାନିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶାରୁ ୫ଜଣଙ୍କୁ ଉକ୍ତ ଅନୁଷ୍ଠାନ ସମ୍ମାନୀତ କରିଥିବା ବେଳେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ରବିନ୍ଦ୍ର ନାଥ ଷଡଙ୍ଗୀ ସାମିଲ ହୋଇଛନ୍ତି । ସତ୍ୟବାଦୀ ମାଟି ପାଇଁ ସେ ଗୌରବ ଆଣିଛନ୍ତି ବୋଲି ସତ୍ୟବାଦୀର ବୁଦ୍ଧଜୀବୀ ମାନେ ମତ ପ୍ରକାଶ କରିଛନ୍ତି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୮/୨୦୨୨----୬,୨୫   Sakhigopal News , 17/8/2022

Blog Archive

Popular Posts