Breaking News

ବାଙ୍କୀ ଏନ୍‌.ଏ.ସିର ବଜେଟ୍ ଅଧିବେଶନ

Budget session of Bank NAC

କଟକ---  ଡମପଡ଼ା,ବାଙ୍କୀ ଏନ୍‌.ଏ.ସି କାର୍ଯ୍ୟାଳୟ ଠାରେ ବଜେଟ୍ ଅଧିବେଶନ ସହ ଜୁଲାଇ ମାସର ବୈଠକ ଅନୁଷ୍ଠିତ ହୋଇଯାଇଛି ।  ନଗରପାଳ ଶ୍ରୀମତୀ ମାଣିକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।  ୨୦୨୨-୨୩ମସିହା ପାଇଁ ପରିଷଦର ବଜେଟ୍ ଅକାଉଟାଣ୍ଟ୍ ବୈଠକରେ ଉପସ୍ଥାପନ କରିଥିଲେ । ସାମାନ୍ୟ ପରିବର୍ତ୍ତନ ସହ ବଜେଟ୍‌କୁ ସର୍ବସମ୍ମତିକ୍ରମେ ଗୃହିତ କରାଯାଇଥିଲା । ବୈଠକରେ ୩୩କୋଟି ୭୧ଲକ୍ଷ ୪୫ହଜାର ୫୪୦ଟଙ୍କାର ବଜେଟ୍ ରଖାଯାଇଥିଲା । ମୋ ବସ୍ କଟକ ଏବଂ ଭୁବନେଶ୍ୱର ଭାୟା ନନ୍ଦନକାନନ ଦେଇ ଚଳାଚଳ ପାଇଁ ବିଧାୟକ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଏହି ବୈଠକରେ ଅନୁରୋଧ କରାଯାଇଛି । ଆସନ୍ତା ସର୍ବଭାରତୀୟ ସ୍ୱାୟତଶାସନ ଦିବସକୁ  ସରସ ସୁନ୍ଦର ଭାବରେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବଜାର ମଧ୍ୟରେ ପାଲି ଦୋକାନ ଓ କେତକ ଦୋକାନ ଗୁଡିକ ଆଗକୁ ବଢ଼ାଇ ରାସ୍ତା ଅବରୋଧ କରୁଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜୁଥିବାରୁ ଅବରୋଧ ହଟାଇବା ପାଇଁ ପ୍ରଶାସନ ଓ ପୋଲିସର ସହଯୋଗ ନେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନ୍‌.ଏ.ସି ଦୋକାନ ଘରଗୁଡିକ ବେଆଇନ୍ ଭାବରେ ବିନା ଅନୁମତିରେ ଅଧିକ ନିର୍ମାଣ କାର୍ଯ୍ୟକରିବା ଓ ଅନ୍ୟକୁ ଭଡ଼ା ସୂତ୍ରେ ଦେବା ପୌର ଆଇନ୍ ବିରୋଧ ଅଟେ । ତୁରନ୍ତ ସଂପୃକ୍ତ ଦୋକାନୀମାନଙ୍କୁ ନୋଟିସ୍ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ରାଜେନ୍ଦ୍ର ମହାପାତ୍ର, ପଠାଣୀ ବେହେରା, ସଂଜୟ ପୃଷ୍ଟି, ଏମ୍‌.ପି.ଙ୍କ ପ୍ରତିନିଧି ସୌମେନ୍ଦ୍ର କୁମାର ମିଶ୍ର, ବିଧାୟକଙ୍କ ପ୍ରତିନିଧି ଶ୍ରୀନିବାସ ବେହେରାଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସମସ୍ତ ତଥ୍ୟ ଉପସ୍ଥାପନ କରିବା ସହିତ କନିଷ୍ଠ ଯନ୍ତ୍ରୀ ରମେଶ ଚନ୍ଦ୍ର ସେଠୀ, ଆକାଉଟାଣ୍ଟ୍ ସୁକାନ୍ତ କୁମାର ବେହେରା,ପରିଷଦ କିରାଣୀ ରୁଦ୍ରନରାୟଣ ପତି ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ଉପନଗରପାଳ ଶ୍ରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୨/୮/୨୦୨୨--୧୦,୧୦   Sakhigopal News,12/8/2022

Blog Archive