ବନସ୍ତର ସୁରକ୍ଷାରେ ଗଜରାଜ ଙ୍କ ସୁରକ୍ଷା
The protection of Gajraj in forest protection
ଡେଲାଙ୍ଗ : ଅଗଷ୍ଟ ବାର ବିଶ୍ୱ ହାତୀଦିବସ ପାଳନ ଅବସରରେ ଘଞ୍ଚ ଜଙ୍ଗଲ ସୃଷ୍ଟି ଦିଗରେ ତଥା ବନସ୍ତ ର ସୁରକ୍ଷା ରେ ଗଜରାଜ ଙ୍କ ସୁରକ୍ଷା ବୋଲି ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ମତ ରଖିଛନ୍ତି । ଜଙ୍ଗଲ ପଦା ହେବାରୁ ଗଜରାଜ (ହାତୀ )ଆଜି ଜନବସତି ମୁହାଁ । ସେମାନଙ୍କର ବାସସ୍ଥାନ ନଷ୍ଟ ହେଉଛି । ରେଳ ଧାରଣା ପାର ହେବା ସମୟରେ ରେଳରେ କଟି ସେମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ର । ବହୁମୂଲ୍ୟ ହାତୀଦାନ୍ତ ବିକ୍ରି କରିବା ପାଇଁ ଶିକାରୀମାନେ ସେମାନଙ୍କୁ ଶିକାର କରିବା ପାଇଁ ପଛାଉ ନାହାନ୍ତି । ଯଦି ଏହି ଧାରା ଲାଗିରହେ ଆମର ଆଗାମୀ ଵଂଶଧର ମାନେ କେବଳ ମ୍ୟୁଜିୟମ ରେ ହିଁ ଏହି ବିଶାଳକାୟ ଜୀଵକୁ ଦେଖିବାକୁ ପାଇବେ ଯାହାକି ଆମପାଇଁ ଶୁଭଙ୍କର ନୁହେଁ । ଏହାକୁ ଦୃଷ୍ଟିରେ ରଖି ଦୁଇହାଜର ଏଗାର ଅଗଷ୍ଟ ବାର ରେ କାନାଡ଼ା ର ଚିତ୍ରନିର୍ମାତା ପାଟ୍ରିସିଆ ସିମ୍ସ, ମାଇକେଲ କ୍ଲାର୍କ ଗଜରାଜ ଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି "ହାତୀ ଦିବସ ' ପାଳନ ର ପରିକଳ୍ପନା କରିଥିଲେ । ସେହିଦିନ ଠାରୁ ବିଶ୍ୱରେ " ହାତୀ ଦିବସ ' ପାଳନ କରାହୋଇ ଆସୁଥିଲେ ହେଁ ଏହାକୁ କାଗଜ କଲମ ରେ ସୀମିତ ନ ରଖି ଜଙ୍ଗଲ ହିଁ ଗଜରାଜ ଙ୍କ ସୁରକ୍ଷା ଆବାସସ୍ଥଳ ହୋଇଥିବାରୁ ବହୁଳ ଜଙ୍ଗଲ ସୃଷ୍ଟି କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ଉଦ୍ୟମ ହେବା ଜରୁରୀ ବୋଲି ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୮/୨୦୨୨---୯,୫୦ Sakhigopal News,12/8/2022