ମହିଳାଙ୍କୁ ଅସଦାଚରଣ ଅଭିଯୋଗ ଜଣେ ଗିରଫ
One arrested for molesting a woman
ଭଞ୍ଜନଗର - ତାରସିଂ ଅନ୍ତର୍ଗତ ଅନ୍ତର୍ଗତ ହରିଗଡ ଗ୍ରାମରେ , ଜଣେ ମହିଳାଙ୍କ ପ୍ରତି ଅସଦ୍ ବ୍ୟବହାର ଅଭିଯୋଗ ରେ ଜଣେ ଗିରଫ ହୋଇଛି । ବିଷିକେଶନ ନାୟକ ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ଜୌନିକ ବ୍ୟକ୍ତିଙ୍କ ଘରେ ପଶି ମହିଳା ଜଣଙ୍କ ଶୋଇଥିବା ଅବସ୍ଥାରେ ବିଷିକେଶନ ଅସଧାଚରଣ କରିଥିବା ନେଇ ତାରସିଂ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି ତାରସିଂ ଥାନା କେସନଂ - ୨୪୭/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଓ ଗାଲେରୀ ଫାଣ୍ଡି ଅଧିକାରୀ ଭାଗୀରଥି ନାୟକ ସୁଚନା ଦେଇଛନ୍ତି । ଖବର ନେବାରେ ହରିଗଡ ଗ୍ରାମର ଜୌନିକ ବ୍ୟକ୍ତି ଓ ସ୍ତ୍ରୀ ଖାଇସାରି ଶୋଇଥିଲେ । ସେହି ସମୟରେ ପଡୋଶୀ ବିଶିକେଶନ ପଶି ସଂପୃକ୍ତ ମହିଳାଙ୍କୁ ଅସଧାଚରଣ କରିବା ସମୟରେ ମହିଳା ଜଣଙ୍କ ପାଟି କରିବାରୁ ତାଙ୍କ ସ୍ବାମୀ ଉଠିପଡିଥିଲେ । ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଖସି ପଳାଉଥିବା ବେଳେ ମହିଳାଙ୍କ ସ୍ବାମୀ ପିଛା କରିଥିଲେ । ଏହି ସମୟରେ ବିଷିକେଶନ ମହିଳାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କୁ ଜଣାଇବା ସହ ଗାଲେରୀ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୮/୨୦୨୨---୮,୪୦ Sakhigopal News,12/8/2022