ସାକ୍ଷୀଗୋପାଳ କଲେଜେରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ:-
The Amrit Mothsavam of Independence was fostered in Sachigopal College:-
ସାକ୍ଷୀଗୋପାଳ ----- ଉତ୍କଳମଣୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଆଜି ଯୁବ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନାର ମିଳିତ ସହଯୋଗରେ ସ୍ୱାଧୀନତାର ଅମୃତ ମହାତ୍ସବ ପାଳିତ ହୋଇଯାଇଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଓଡିଶାର ରାଜ୍ୟ ଆଇନ୍ ସେଲ ନିର୍ଦ୍ଦେଶକ ତଥା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଅଣ-ନାତୁଣୀ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ 'ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଘର ଘର ତ୍ରିରଙ୍ଗା ବାସ୍ତବରେ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଏକ ଗର୍ବ ବୋଲି କହିଥିଲେ । ଆଚାର୍ଯ୍ୟ ହରିହରଙ୍କ ବାଣୀ "ଭଲ ମଣିଷ ହୁଅ" କୁ ସ୍ମରଣ ରଖିବାକୁ ଶ୍ରୀମତୀ ମହାପାତ୍ର ଆହ୍ୱାନ ଦେଇଥିଲେ । ସଭାରେ ସଭାପତିତ୍ବ କରି ଅନୁଷ୍ଠାନର ଅଧ୍ୟକ୍ଷ ଡଃ ରତିକାନ୍ତ ପରିଡା କହିଥିଲେ " ଆଜାଦ କା ଅମୃତ ମହାତ୍ସବକୁ ସମଗ୍ର ଭାରତରେ କାର୍ଯ୍ୟକାରୀ କରାଇ ଭାରତୀୟ ଯୁବପିଢ଼ି ଓ ନୂତନ ପିଢ଼ିଙ୍କୁ ଦେଶର ସର୍ବାଙ୍ଗୀନ ବିକାଶରେ ସାମିଲ୍ କରାଇବା ଏବଂ ଭାରତର ହୃତ ଗୌରବକୁ ଫେରାଇ ଆଣି ପୁନର୍ବାର ଭାରତକୁ ପୃଥିବୀରେ ବିଶ୍ଵଗୁରୁର ମାନ୍ୟତା ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏବଂ ଦେଶର କୂଟିର ଶିଳ୍ପକୁ ପୁନର୍ଜୀବିତ କରାଇ ଭାରତକୁ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ କରିବା ଏହି ମହୋତ୍ସବର ଗୁରୁମନ୍ତ୍ର ଅଟେ । କାର୍ଯ୍ୟକ୍ରମର ଅନ୍ୟତମ ବକ୍ତା ପ୍ର. ଶୁଭ୍ରାଦୀପ୍ତା ପଟ୍ଟନାୟକ "ସ୍ୱାଧୀନତାର ମୂଲ୍ୟ ସେହିଁ ବୁଝିପାରିବ, ଯିଏ ପରାଧୀନତାର ବେଡିରେ ବନ୍ଧାପଡ଼ିଥିବ । ଆମେମାନେ ବହୁତ ଭାଗ୍ୟବାନ ଯେ, ଆମେ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଛେ । ପରାଧୀନତାର ଅସହାୟତା ଓ କଷ୍ଟକୁ ହୃଦୟଙ୍ଗମ କରିବା ଆମପକ୍ଷେ ଅସମ୍ଭବ " ବୋଲି ମତ ଦେଇଥିଲେ । ସେହିପରି ପ୍ର. ବିଜୟଲକ୍ଷ୍ମୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ "ସ୍ୱାଧୀନ ମଣିଷ ହେଉଛି ଶୃଙ୍ଖଳିତ ମଣିଷ । କଠିନ ପରିଶ୍ରମ, ଦାୟିତ୍ୱବୋଧ, ଓ ସମ୍ମାନବୋଧ ହିଁ ସଫଳତାର ଅସଲ ଚାବିକାଠି" ବୋଲି ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ର. ସସ୍ମିତା ପ୍ରଧାନ ବେଦ ପାଠ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ପ୍ର. ଶଙ୍କର୍ଷଣ ପ୍ରଧାନ ସଭା ପରିଚାଳନା କରିଥିଲେ ।କୁଇଜ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ , ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ ପରାମର୍ଶଦାତା ପ୍ର. ଜ୍ୟୋତିରଞ୍ଜନ ରଥ ଓ ଜାତୀୟ ସେବା ଯୋଜନା ଅଧିକାରୀ ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ ପରିଚାଳନା କରିଥିଲେ । ସର୍ବଶେଷରେ ଅନୁଷ୍ଠାନର ମୁଖ୍ୟ କିରାଣୀ ଶ୍ରୀ ରାଜକିଶୋର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହେବ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପରିଡ଼ା ଙ୍କ ଠାରୁ ସୁଚନା ମିଳିଛି।
କ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୮/୨୦୨୨ Sakhigopal News,13/8/2022
କ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୩/୮/୨୦୨୨ Sakhigopal News,13/8/2022