କବି ନଟବର ସାହୁଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା
A tearful tribute to poet Natbar Sahu
ଭଞ୍ଜନଗର : ସ୍ଥାନୀୟ ପ୍ରେସ୍ କ୍ଲବ ଠାରେ ବୈୟଜ୍ୟେଷ୍ଠ ସାହିତ୍ୟିକ ତଥା କବି ନଟବର ସାହୁଙ୍କ ବିୟୋଗରେ ସାଂସ୍କୃତିକ ପରିଷଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି କବି ପ୍ରଶାନ୍ତ ମହାନ୍ତି ପ୍ରଥମେ ସ୍ୱର୍ଗତ ନଟବର ସାହୁଙ୍କ ସମ୍ପର୍କରେ ମତ ପ୍ରକାଶ କରିବା ପରେ ଉପସ୍ଥିତ ସମସ୍ତ କବି ସ୍ୱର୍ଗତ ନଟବର ସାହୁଙ୍କ ଫଟୋ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅମର ଆତ୍ମାର ସ୍ଥିତି କାମନା କରି ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅଶୋକ ସାହୁ, ଅରୁଣାଂଚଳ ପତି, ନୀରଞ୍ଜନ ପ୍ରଧାନ, ସୁରେଶ ସ୍ୱାଇଁ, ଅଭିମନ୍ୟୁ ସ୍ୱାଇଁ, ଜଗଦିଶ ପାଣିଗ୍ରାହୀ, ଭଞ୍ଜ କିଶୋର ସାହୁ, କୁମାର କାର୍ତିକେଶ୍ୱର ପ୍ରଧାନ,ଅଭିମନ୍ୟୁ ବିଷୋୟୀ, ଚିନ୍ମୟ କୁମାର ବେବର୍ତା, ଭାସ୍କର ପତି, ଗୁରୁମୂର୍ତି ପ୍ରଧାନ ଉପସ୍ଥିତ ରହି ନଟବର ସାହୁଙ୍କ ଜୀବନ ଉପରେ ନିଜସ୍ଵ ମତ ରଖିଥିଲେ । ଶେଷରେ ଆବାହକ କବି ପ୍ରଶାନ୍ତ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୮/୨୦୨୨---୮,୨୦ Sakhigopal News,13/8/2022